ଭୁବନେଶ୍ୱର,୧୯/୧୧: ବିବାଦୀୟ ବୈକୁଣ୍ଠଧାମରେ ବୁଲିପାରେ ବୁଲଡୋଜର । ସରକାରୀ ଜମିରେ ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମ ନିର୍ମାଣ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏକଥା ସ୍ପଷ୍ଟ ହୋଇଛି । ଆତ୍ମଘୋଷିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ନିର୍ମାଣ ହୋଇଥିବା ଜାଣିବାକୁ ପାଇଛି ସାଧାରଣ ପ୍ରସାଶନ ବିଭାଗ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଆଶ୍ରମ ଓ ଏହାର ଚାରି ପାଖ ଅଞ୍ଚଳରେ ହୋଇଥିଲା ମାପଚୂପ। ଜିଏ, ବିଡିଏ ଓ ତହସିଲର ଅଧିକାରୀମାନେ କରିଥିଲେ ମାପଚୂପ। ନକ୍ସାକୁ ଆଧାର କରି ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ସରକାରୀ ଅଧିକାରୀ । ତେବେ ତର୍ଜମା ପରେ ଜଣାପଡିଛି ବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମି ଉପରେ ନିର୍ମାଣ ହୋଇଛି। ଭୁବନେଶ୍ବରର ଖଣ୍ଡଗିରି ବାରି ୧୬-୧୭ ବର୍ଷରୁ ଅଧିକ ସମୟ ହୋଇଯିବ ସରକାରୀ ଜମିକୁ ଜବର ଦଖଲ କରି ଆଶ୍ରମ ନିର୍ମାଣ କରାଯାଇଥିଲା।