ମହାପ୍ରଭୁଙ୍କ ବାହୁଡା ଯାତ୍ରା, ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡିବେ ମହାବାହୁ

ପୁରୀ,୨୮/୦୬: ଆଜି ମହାପ୍ରଭୁଙ୍କ ବହୁଡାଯାତ୍ର। ଲୀଳାଖେଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ବାହୁଡ଼ିବେ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ରହିଛି। ରାତିରେ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ୟ ସରିଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।। ବାହୁଡାଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ସହ ହଜାରେ ପୁଲିସ ଅଧିକାରୀ ମୁତୟନ ରହିବେ । ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡା ପହଣ୍ଡି, ଗୋଟାଏରୁ ୨ଟା ୩୦ ମଧ୍ୟରେ ବେଶଶେଷ, ଅପରାହ୍ନ ୨ଟା୩୦ରୁ ୩ଟା୩୦ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ।