ବାହାନଗା ଟ୍ରେନ ଟ୍ରାଜେଡି, ୩ ଜଣ ଅଭିଯୁକ୍ତକୁ ଆଉ ୪ ଦିନ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର,୧୧/୦୭: କିଛି ଦିନ ତଳେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ଗିରଫ ୩ ଜଣ ଅଭିଯୁକ୍ତକୁ ଆଉ ୪ ଦିନ ରିମାଣ୍ଡରେ ନେଇଛି ସିବିଆଇ। ଷଡଯନ୍ତ୍ର ନା ଅବହେଳା ତାର କାରଣ ଖୋଜୁଛି ତଦନ୍ତକାରୀ ଟିମ । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ, ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତଦନ୍ତକାରୀ ଟିମ ଆଉ ୫ଦିନ ରିମାଣ୍ଡ ମାଗିଥିବାବେଳେ ୪ଦିନ ପାଇଁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଅର୍ଥାତ ସିଗନାଲ ସିନିୟର ସେକ୍ସନ୍ ଇଂଜିନିୟର, ସେକ୍ସନ୍ ଇଂଜିନିୟର ଓ ଟେକ୍ନିସିଆନ୍ ଆହୁରି ୪ଦିନ ପ୍ରଶ୍ନ କରିବେ ସିବିଆଇ ଅଧିକାରୀ ।