ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୯ ମୃତଦେହ ଚିହ୍ନଟ

ଭୁବନେଶ୍ୱର,୩୦/୦୬: ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ବିତିଲାଣି ୨୮ଦିନ। ଏହାରିମଧ୍ୟରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୯ ମୃତଦେହ ଚିହ୍ନଟ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଡିଏନଏ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଛି । ସେହି ମୃତଦେହ ଗୁଡିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟକୁ ହସ୍ତାନ୍ତର କରାଯିବ ।ମୃତବ୍ୟକ୍ତିଙ୍କ ଜନ୍ମସ୍ଥାନରେ ପହଞ୍ଚାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରୁଛନ୍ତି । ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟରୁ ଗୋଟିଏ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।