ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର,୨୪/୦୩: ଜୁନ ୨ ଶୁକ୍ରବାର ଥିଲା ଓଡିଶା ପାଇଁ କଳା ଦିବସ। କେହି କିଛି ବୁଝିବା ଆଗରୁ ଗଦା ହୋଇଗଲା କୁଢ଼ କୁଢ଼ ଶବ। ବାହନାଗାଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ଜୀବନ ଚାଲିଯାଇଛି। ଏହି ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସହାୟତା ନିମନ୍ତେ ବରମୁଣ୍ଡାସ୍ଥିତ ଇଭିଓଏସ ବିଲଡ୍‌କନ ପ୍ରା.ଲିଃ. ପକ୍ଷରୁ ଦଶ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି । ଆଜି ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ ସାକ୍ଷାତ କରି ଏହି ସହାୟତା ରାଶି ଚେକ୍‌ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।