ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଦୁର୍ଘଟଣା ଘଟିଲା: ରେଳମନ୍ତ୍ରୀ

ଭୁବନେଶ୍ୱର,୪/୦୬: ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ବଡ଼ ଖବର। ଦୁର୍ଘଟଣା ପଛର କାରଣ ଜଣାପଡିଛି। ଇଂଣ୍ଟରଲକିଂ ସିଷ୍ଟମରେ ସମସ୍ୟା ପାଇଁ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ବି ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେପଟେ ରେଳର ସୁରକ୍ଷା କବଚ ନେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ସହ ‘କବଚର’ କୌଣସି ସମ୍ପର୍କ ନାହିଁ । ଗତକାଲି ମମତା ବାନାର୍ଜୀ କବଚକୁ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ସମ୍ପୁର୍ଣ୍ଣ ଭିତିହିନ । ଅନ୍ୟପଟେ ଅଧିକ ତଦନ୍ତ ଚାଲିଛି । ଏହା ପଛରେ ଆଉ ଯାହା ବି କାରଣ ଅଛି ତାହା ଆଗକୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।