ବାହାନଗା ଷ୍ଟେସନରେ ରାହିବ ନାହିଁ କୌଣସି ଟ୍ରେନ୍

ଭୁବନେଶ୍ବର,୧୦/୬: ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ। ଏନେଇ ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାହାନଗା ବଜାର ଷ୍ଟେସନରେ ମେମୁ, ଏକ୍ସପ୍ରେସ୍ ବା ପାସେଞ୍ଜର୍ ଟ୍ରେନ୍ ରହିବନି। ଏଠାରେ ସିବିଆଇ ଟିମ୍ ତଦନ୍ତ କରୁଥିବାରୁ ରିଲେ ପ୍ୟାନେଲ୍ ସିଲ୍ ହୋଇି। ଏହି କାରଣରୁ ବାହାନଗା ବଜାର ଷ୍ଟେସନରେ କୌଣସି ଟ୍ରେନ୍ ରହିବ ନାହିଁ। ପରବର୍ତ୍ତୀ ଆଦେଶ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ସିପିଆର୍‌ଓ ସୂଚନା ଦେଇଛନ୍ତି।