ଭକ୍ତଙ୍କ ପାଇଁ ଖୋଲିଲା ବଦ୍ରିନାଥ ଧାମ

ନୂଆଦିଲ୍ଲୀ,୨୭/୪: ଭକ୍ତଙ୍କ ପାଇଁ ଖୋଲିଛି ବଦ୍ରିନାଥ ଧାମ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ ଖୋଲିଛି ମନ୍ଦିର । ୧୫ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ବିଷ୍ଣୁଙ୍କ ବଦ୍ରିନାଥ ମନ୍ଦିର । ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ସହ ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି । ପ୍ରବଳ ତୁଷାରପାତ ଭିତରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।ଏବଂ ଜୟଜୟ କାର ଧ୍ୱନିରେ ପୁରା ପରିବେଶ ପ୍ରକମ୍ପିତ ହୋଇଉଠିଛି । ଆଇଟିବିପି ବ୍ୟାଣ୍ଡ ଓ ଗଡୱାଲ ସ୍କାଉଟ୍ସ ଟିମ୍ ଉପସ୍ଥିତ ରହି ବ୍ୟାଣ୍ଡ ବାଜା ବଜାଇଥିଲେ । ଏବେ ଭକ୍ତଙ୍କ ପାଇଁ ୬ମାସ ଲାଗି ବିଷ୍ଣୁଙ୍କ ଏହି ମନ୍ଦିର ଖୋଲାଯାଇଛି । ପ୍ରବଳ ତୁଷାରପାତ ପାଇଁ ୬ମାସ ମନ୍ଦିର ବନ୍ଦ ରହୁଥିବା ବେଳେ ଆଉ ୬ମାସ ଏହା ଭକ୍ତଙ୍କ ପାଇଁ ଖୋଲାଥାଏ ।