ବାବୁସାନଙ୍କୁ ଭେଟିଲେ ପତ୍ନୀ ତୃପ୍ତି

ଭୁବନେଶ୍ୱର,୨୪/୯: ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିବା ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ୍‌ ମହାନ୍ତିଙ୍କୁ ପତ୍ନୀ ତୃପ୍ତି ଭେଟିଛନ୍ତି। ବାବୁସାନ୍‌ଙ୍କୁ ଦେଖା କରିବାକୁ ଆଜି ଏକ ଘରୋଇ ହସ୍ପିଟାଲରେ ତୃପ୍ତି ପହଞ୍ଚିଥିଲେ। ଏହାପରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ବାବୁସାନ୍‌ ଘରକୁ ଫେରିଛନ୍ତି। ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି।ପତ୍ନୀ ତୃପ୍ତିଙ୍କ ସହ ବାବୁସାନ୍‌ ହସ୍ପିଟାଲରୁ ଏକାଠି ବାହାରିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବାବୁସାନ୍‌ଙ୍କ ଚିକିତ୍ସା ଚାଲିଥିଲା। ଶରୀରରେ ଅକ୍ସିଜେନ ସ୍ତର କମି ଯିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୭ ଦିନ ହେବ ବାବୁସାନ୍‌ଙ୍କ ଚିକିତ୍ସା ଚାଲିଥିଲା।