ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

ନୂଆଦିଲ୍ଲୀ,୧୨/୦୨: ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌର ଏକ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି। ୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ସତ୍ୟେନ୍ଦ୍ର ଦାସ ଜନ୍ମଗ୍ରହଣ କରିଥିଲେ । ବାପା ଅଭିରାମଦାସଙ୍କୁଠୁ ପ୍ରଭାବିତ ହୋଇ ପ୍ରଭୁ ରାମଙ୍କ ଭକ୍ତ ହୋଇଥିଲେ ସତ୍ୟେନ୍ଦ୍ର । ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଆଶ୍ରମରେ ସନ୍ନ୍ୟାସ ଜୀବନ ଗ୍ରହଣ କରିଥିଲେ । ୧୯୯୨ ମସିହାରରେ ରାମମନ୍ଦିର ପୂଜକ ଭାବେ ଦାୟିତ୍ବ ନେଲେ । ଅଯୋଧ୍ୟା ରାମମନ୍ଦିର ଆନ୍ଦୋଳନରେ ପ୍ରମୂଖ ଭୂମିକା ତୁଳାଇଥିଲେ ।

Leave a Reply

Your email address will not be published. Required fields are marked *