ଅଯୋଧ୍ୟା ରାମ ମନ୍ଦିର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଜଳିଲା ୧୦୮ ଫୁଟ ଲମ୍ବର ସୁଗନ୍ଧିତ ଧୂପ କାଠି

ନୂଆଦିଲ୍ଲୀ,୧୭/୦୧: ଅଯୋଧ୍ୟା ରାମ ମନ୍ଦିର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ରେ ହେବାକୁ ଯାଉଛି । ନବବଧୂ ପରି ସଜେଇ ହୋଇ ସାରିଲାଣି ଅଯୋଧ୍ୟା ନଗରୀ । ଏହି ଅବସରରେ ଶ୍ରୀରାମ ଜନ୍ମଭୂୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମହନ୍ତ ନୃତ୍ୟ ଗୋପାଳ ଦାସ ୧୦୮ ଫୁଟ ଲମ୍ବର ଏକ ସୁଗନ୍ଧିତ ଧୂପ କାଠି ଜଳାଇଛନ୍ତି । ସୁଗନ୍ଧିତ ଧୂପକାଠିଟି ଖାସ୍ ଗୁଜୁରାଟର ଭଦୋଦରାରୁ ଅଯୋଧ୍ୟାକୁ ଅଣାଯାଇଛି । ଆକାର ଅନୁସାରେ ଏହାର ସୁଗନ୍ଧ ପ୍ରାୟ ୫୦ କୋଲୋମିଟର ଯାଏଁ ପହଂଚିବ । ଏପରି ବିଶାଳ ସୁଗନ୍ଧଯୁକ୍ତ ଧୂପକାଠି ତିଆରି ପାଇଁ ଘିଅ, ଫୁଲର ଅଂଶ, ଗୋବର୍, ଅତର ତଥା ଅନେକ ଜଡିବୁଟରି ବ୍ୟବହାର କରାଯାଇଛି । ଏହାକୁ ସମ୍ପୂର୍ଣ୍ଣ ତିଆରି କରିବା ପାଇଁ ଦେଢ ମାସରୁ ଉଦ୍ଧ୍ୱର୍ ସମୟ ଲାଗି ଯାଇଥିଲା । ହେଲେ ଏହାର ପ୍ରସ୍ତୁତି ୬ ମାସ ଆଗରୁ ଆରମ୍ଭ ହୋଇ ଯାଇଥିଲା । ସାଢେ ୩ ହାତ ଚଉଡା ଧୂପ କାଠିଟିର ଓଜନ ୩ ହଜାର ୬୧୦ କିଲୋ ରହିଛି । ଥରେ ଜଳା ହେବା ପରେ ଏହା ପ୍ରାୟ ୧ମାସରୁ ୁ ଅଧିକ ସମୟ ଯାଏଁ ଅନବରତ ଜଳିବ ବୋଲି କୁହା ଯାଉଛି ।