ପବିତ୍ର ରାମ ନବମୀ, ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କଲା ସାରା ଦୁନିଆ

ଭୁବନେଶ୍ୱର,୦୬/୦୪: ଆଜି ପବିତ୍ର ରାମ ନବମୀ । ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବରେ ଉଲ୍ଲାସରେ ବୁଡିଯାଇଛି ଅଯୋଧ୍ୟା । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ଅବସରରେ ସାରା ଦୁନିଆର ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିଛନ୍ତି । ଏହା ପୂର୍ବରୁ ସକାଳ ୯ଟା ୩୦ରେ ପ୍ରଭୁ ରାମଙ୍କ ବିଶେଷ ଅଭିଷେକ ହୋଇଥିଲା, ଯାହା ପୂରା ଏକ ଘଣ୍ଟା ଧରି ଚାଲିଥିଲା । ଏହାପରେ ତାଙ୍କର ଭବ୍ୟ ଶୃଙ୍ଗାର ହୋଇଥିଲା । ତେବେ ସୂର୍ଯ୍ୟାଭିଷେକର ପ୍ରସାରଣକୁ ସାରା ଦୁନିଆ ଦେଖିଥିଲା । ଏହାପୂର୍ବରୁ ରାମ ମନ୍ଦିର ସହ ଅଯୋଧ୍ୟାର ଅନ୍ୟ ମନ୍ଦିରକୁ ଫୁଲରେ ସଜା ଯାଇଛି । ତେବେ ଆଜି ସୂର୍ଯ୍ୟାଭିଷେକ ହେବା ପୂର୍ବରୁ ଶନିବାର ଏହାର ଟ୍ରାଏଲ କରାଯାଇଥିଲା । ଆଜି ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ସୂର୍ଯ୍ୟ କିରଣ ପଡ଼ିଥିଲା ।

Leave a Reply

Your email address will not be published. Required fields are marked *