୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଛି, ରାମଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ,୨୨/୦୧: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ବାଳୁତ ସ୍ୱରୂପ ବିଗ୍ରହ ପ୍ରତିଷ୍ଠା ହେବ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିସାରିଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମନଗରୀ ଅଯୋଧ୍ୟା ସହ ଏକାତ୍ମ ହୋଇଛି ସାରା ଦେଶ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଛି, ଯାହା ଦ୍ୱିପହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ରହିଛି । ତେବେ ମୋଦୀ ପ୍ରଥମେ ସରଯୁ ନଦୀରେ ସ୍ନାନ କରି ଆସିବା ପରେ ଆରମ୍ଭ ହୋଇଛି ଏଥିପାଇଁ ରୀତିନୀତି । ମୋଦୀ ଅଯୋଧ୍ୟାରେ ୪ ଘଣ୍ଟା ରହି ସମସ୍ତ ରୀତି ସମ୍ପନ୍ନ କରିବାର ସୂଚନା ରହିଛି ।