ପୁରୁଷଙ୍କ ପାଇଁ ଆସିବ ଗର୍ଭ ନିରୋଧକ

ନୂଆଦିଲ୍ଲୀ,୧୯/୧୦: ପୁରୁଷଙ୍କ ପାଇଁ ଖୁବଶୀଘ୍ର ଆସିବ ଗର୍ଭ ନିରୋଧକ । ସାତ ବର୍ଷ ଧରି ଚାଲିଥିବା ଅନୁସନ୍ଧାନ ପରେ ଆଇସିଏମଆରକୁ ଏହି ସଫଳତା ମିଳିଛି । ଆଉ ପୁରୁଷ ଗର୍ଭନିରୋଧକ ରିସଗକୁ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଥିବା କହିଛି ଆଇସିଏମ୍ଆର । ରିସଗ ଏକ ନନ୍-ହର୍ମୋନାଲ ଇଞ୍ଜେକ୍ଟେବଲ୍ ଗର୍ଭନିରୋଧକ। ଯାହା ଗର୍ଭଧାରଣାକୁ ରୋକିବାରେ ସଫଳ ହୋଇଥାଏ । ରିପୋର୍ଟ ଅନୁସାରେ, ଆଇସିଏମଆରର ଏହି ଅନୁସନ୍ଧାନରେ ୩୦୩ ଜଣ ପୁରୁଷ ସାମିଲ ହୋଇଥିଲେ । ଆଉ ଏହା ପୁରୁଷଙ୍କ ପାଇଁ ପ୍ରଥମ ଗର୍ଭନିରୋଧକ ଇଞ୍ଜେକ୍ସନ ହେବାକୁ ଯାଉଛି ।