ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୯/୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିଲା ଆଇସିସି ବିଶ୍ବକପ ଫାଇନାଲ ମ୍ୟାଚ। ଏହି ମ୍ୟାଚରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ଏହାସହ ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ ।ଭାରତ ଦ୍ବାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ବିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଭଲ ବ୍ୟାଟିଂ କରି ଭାରତକୁ ପରାସ୍ତ କରିଛନ୍ତି।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ ।