ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଲା ଇଣ୍ଡିଆ

ନୂଆଦିଲ୍ଲୀ,୦୪/୦୩: ଚାମ୍ପିୟନ୍ସ ଟ୍ରଫିରେ ଫାଇନାଲରେ ପ୍ରବେଶ କରିଛି ଭାରତ । ପ୍ରଥମ ଦଳ ଭାବେ ଭାରତ ଫାଇନାଲ ଟିକେଟ ହାତେଇଛି । ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି ।

ସୂଚନାଯୋଗ୍ୟ ଯେ ଆଜି ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲା ଭାରତୀୟ ଦଳ । ଅଷ୍ଟ୍ରେଲିଆ ଦଳ ୪୯ ଓଭର ୩ ବଲ ଖେଳି ୨୬୪ ରନରେ ଅଲଆଉଟ ହୋଇଯାଇଥିଲା ।

୨୬୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା  ଭାରତୀୟ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା । ଦଳ ୪୮ ଓଭର ୧ ବଲ ଖେଳି ୬ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ପୂରା କରିଥିଲା ଭାରତ । ଆଉ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା ।

Leave a Reply

Your email address will not be published. Required fields are marked *