ୱାର୍ଲ୍ଡକପ୍ ଉପରେ ମିଚେଲ ଦୁଇ ଗୋଡ ରଖି ଫଟୋ ଭାଇରାଲ , କ୍ରିକେଟପ୍ରେମୀଙ୍କ ରକ୍ତରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୦/୧୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଏହା ପରେ ଏବେ କ୍ରିକେଟର ମିଚେଲ ମାର୍ଶଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା କ୍ରିକେଟ୍ ପ୍ରେମୀଙ୍କ ରକ୍ତରେ ନିଆଁ ଲଗେଇଛି । ୱାର୍ଲ୍ଡକପ୍ ଉପରେ ମିଚେଲ ଦୁଇ ଗୋଡ ରଖି ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି । ମିଚେଲ ମାର୍ଶଙ୍କ ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ଦେଇଛନ୍ତି । ପ୍ରଶଂସକମାନେ ଏହାକୁ ମିଚେଲ ମାର୍ଶଙ୍କ ସହ ତୁଳନା କରି କହିଛନ୍ତି ଯେ ମିଚେଲ ମାର୍ଶ ଟ୍ରଫିରେ ପାଦ ରଖିବା କେବେବି ଗ୍ରହଣୀୟ ନୁହେଁ ।