ସମୁଦ୍ର ରାସ୍ତାରେ ୟୁକ୍ରେନ ଉପରେ ହୋଇପାରେ ବଡ ଆକ୍ରମଣ

ନୂଆଦିଲ୍ଲୀ, ୩/୩: ଦିନକୁ ଦିନ ଭୟଙ୍କର ହେଉଛି ୟୁକ୍ରେନ -ରୁଷ ଯୁଦ୍ଧ । ୟୁକ୍ରେନର ଡିପୋକୁ ଉଡାଇଦେଇଛି ଋଷ । ଊଭୟଙ୍କ ଯୁଦ୍ଧକୁ ଦେଖି ସାରାବିଶ୍ୱ ଏବେ ଚିନ୍ତାରେ ଅଛି । କାରଣ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶାଙ୍କା ରହିଛି । ସେପଟେ ୟୁକ୍ରେନ ହାର ମାନିବ ନାହିଁ ବୋଲି ସଫା ସଫା କହିଦେଇଛି । ଯୁଦ୍ଧ ଭିତରେ ଫସିରହିଥିବା ଭାରତୀୟଙ୍କୁ ମଧ୍ୟ ଉଦ୍ଧାର ଜାରି ରହିଛି । ଛାରଖାର ହୋଇଯାଇଛି କିଭ୍ –ଖାରକିଭ । ଅନ୍ୟପକ୍ଷରେ ସମୁଦ୍ର ରାସ୍ତାରେ ୟୁକ୍ରେନ ଉପରେ ବଡ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି । ବ୍ଲାକ୍ ସି’ରେ ଅନେକ ସଂଖ୍ୟାରେ ସୈନିକ ଏକାଠି ହେଉଥିବା ସୂଚନା ମିଳିଛି , କ୍ରିମିୟାରୁ ୟୁକ୍ରେନ ଆଡକୁ ଆଡକୁ ଋଷ ସୈନିକ ଏକାଠି ହେଉଥିବା ସୂଚନା ମଳିଛି । କ୍ରିମିୟାରୁ ୟୁକ୍ରେନ ଆଡକୁ ୠଷ ଯୁଦ୍ଧ ଜାହାଜ ଆଗକୁ ବଢୁଥିବାର ଭିଡିଓ ଦେଖିବାକୁ ମିଳିଛି । ଦକ୍ଷିଣ ପଟୁ ୟୁକ୍ରେନ୍ ଉପରେ ବଡ଼ ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ଏବେ ଋଷ ସେନା ଜଳପଥରେ ଯାଇ ୟୁକ୍ରେନ୍ ଉପରେ ବଡ଼ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ସ୍ଥଳ, ଜଳ ଓ ଆକାଶପଥରୁ ପ୍ରଚଣ୍ଡ ଆକ୍ରମଣ କରିବାକୁ ଯୋଜନା କରିଛି ଋଷିଆ । ଏହାରି ଭିତରେ ୟୁକ୍ରେନର କିଭ୍ ଓ ଖାରକିଭ ସମେତ ଅନେକ ଅଂଚଳରେ ଘମାଘୋଟ ଆକ୍ରମଣ କରିଛି ଋଷ । ନ୍ୟୁଜ ଏଜେନ୍ସି ରଏଟର୍ସ ପକ୍ଷରୁ ଜାରି କରାଯାଇଥିବା ଫଟୋରେ ଆକାଶପଥରେ ଆକ୍ରମଣକୁ ଆହୁରି ଜୋରଦାର କରିବା ପାଇଁ ଋଷୀୟ ସୈନିକ ପ୍ରସ୍ତୁତ ହୋଇ ଅଛନ୍ତି ।