ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ଆତଙ୍କ, କର୍ମଚାରୀଙ୍କୁ ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୁତ୍ତ

ଭୁବନେଶ୍ୱର,୨୦/୩: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ କଳ୍ପନା ଛକରେ ଥିବା ଏକ ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି କିଛି ଯୁବକ । ପେଟ୍ରୋଲ ପକାଇବାକୁ ନେଇ କର୍ମଚାରୀଙ୍କ ସହ ବଚସା ହେବା ପରେ ଉତେଜନା ସୃଷ୍ଟି ହୋଇଥିଲା । ୩ ଜଣ ଯୁବକ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଆକ୍ରମଣରେ ପେଟ୍ରୋଲ ପମ୍ପର ୩ ଜଣ କର୍ମଚାରୀ, ଜଣେ ଗ୍ରାହକ ଆହତ ହୋଇଛନ୍ତି।

ଅନ୍ୟପଟେ ଆହତକମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରାଯାଇଛି । ଆକ୍ରମଣକାରୀଙ୍କୁ ଅନ୍ୟ କର୍ମଚାରୀ ଓ ସ୍ଥାନୀୟ ଲୋକ କାବୁ କରିବା ପରେ ପୁଲିସର ଜିମା ଦେଇଛନ୍ତି । ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ପୂରା ଘଟଣା । ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।