ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ, ୬ଜଣ ଗୁରୁତର ଆହତ

ନୂଆଦିଲ୍ଲୀ , ୨୬/୧୦: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଫେରିବା ପରେ ଜାମ୍ମୁ-କାଶ୍ମୀର ବାନ୍ଦିପୋରାରେ ପୁଣି ଆତଙ୍କୀ ଆକ୍ରମଣ ହୋଇଛି । ଏଥିରେ ୬ଜଣ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଆକ୍ରମଣର ଉଦ୍ଦେଶ୍ୟ ସୁରକ୍ଷା ବାହିନୀକୁ ଟାର୍ଗେଟ୍ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁ-କାଶ୍ମୀର ପୋଲିସଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ବାନ୍ଦିପୋର ସୁମ୍ବଲପୁଲରେ ଗ୍ରେନେଡ଼ ଆକ୍ରମଣରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ସେମାନଙ୍କୁ ଶ୍ରୀନଗରର ଏକ ହସ୍ପିଟାଲକୁ ପଠାଯାଇଥିବା ବେଳେ ଆଉ ଚାରି ଜଣଙ୍କୁ ବାନ୍ଦିପୋରାରେ ଚିକିତ୍ସା କରାଯାଉଛି। ବର୍ତ୍ତମାନ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଖାଲି କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।