ବିଶ୍ୱକୁ ପୁଣି ପରମାଣୁ ବୋମା ଚେତାବନୀ ଦେଲା ରୁଷିଆ

ନୂଆଦିଲ୍ଲୀ, ୨/୩: ବିଶ୍ୱକୁ ପୁଣି ପରମାଣୁ ବୋମା ଚେତାବନୀ ଦେଇଛି ରୁଷିଆ। ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ୍‌ ଚେତାବନୀ ଦେଇଛନ୍ତି। ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହିଁ ନିର୍ଣ୍ଣାୟକ ହେବ। ଏହାଦ୍ୱାରା ସାଂଘାତିକ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ମହାଯୁଦ୍ଧ ଆଜି ୭ମ ଦିନରେ ପହଞ୍ଚିଛି। ରୁଷ ସେନାର ଆକ୍ରମଣ କ୍ରମାଗତ ଭାବେ ୟୁକ୍ରେନ ଉପରେ ବଢ଼ି ଚାଲିଛି। ୟୁକ୍ରେନକୁ କିଛି ପଶ୍ଚିମ ଦେଶ ସହଯୋଗର ହାତ ବଢ଼ାଇଥିବାରୁ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି।