ବ୍ୟାଙ୍କ ଓ ATM ଲୁଟ୍‌ ରୋକିବାକୁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୁବନେଶ୍ୱର, ୭/୧୨: ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବ୍ୟାଙ୍କ ଓ ATM ଲୁଟ୍‌ ହେଉଛି। ଏହାକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସବୁ ବ୍ୟାଙ୍କ ଓ ATM ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ । ଯାଞ୍ଚ ପାଇଁ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରିବ କମିଶନରେଟ ପୋଲିସ । ସ୍ଥାନୀୟ IIC, ଜଣେ ACP ଓ ଜଣେ ADCPଙ୍କୁ ନେଇ ଟିମ୍ ଗଠନ ହେବ । ଯାଞ୍ଚ ରିପୋର୍ଟ ଗୋଟିଏ ମାସ ମଧ୍ୟରେ ଟିମ୍ ଦାଖଲ କରିବ ବୋଲି ଡିସିପି କହିଛନ୍ତି। ଟିମ୍ ରିପୋର୍ଟ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବ କମିଶନରେଟ ପୋଲିସ ।