ବରଗଡ ଅତାବିରା ଏନଏସିରେ ଶଙ୍ଖ ନାଦ

ଭୁବନେଶ୍ୱର,୫/୪: ବରଗଡ ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି । ବିଜେଡି ପାଇଁ ପ୍ରଚାର ଅଭିଯାନ ସମ୍ଭାଳିଥିଲେ ବିଧାୟିକା ସ୍ନେହା˚ଗିନୀ ଛୁରିଆ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରୀତା ସାହୁ, ବିଧାୟକ ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ବରିଷ୍ଠ ନେତା ମହେନ୍ଦ୍ର ବଢ଼େଇ, ସାଧୁ ନେପାକଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା।