ପରଲୋକରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁ

ଭୁବନେଶ୍ୱର,୩୧/୦୮: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିବା ଜଣାଯାଇଛି। ଅଶ୍ବିନୀ ଗୁରୁ ୧୯୮୦ରୁ ୧୯୮୫ ଯାଏ ସମ୍ବଲପୁରର ବିଧାୟକ ଥିଲେ। ତାଙ୍କ ବିୟୋଗରେ  ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଅଶ୍ବିନୀ ଗୁରୁଙ୍କ ବ୍ରଜରାଜନଗରରେ ଶେଷ କୃତ୍ୟ ହେବ।