କିପରି କଟିବ ଆଜି ଆପଣଙ୍କ ଦିନ: ୨୫/୦୫/୨୦୨୧

ମେଷ: ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧିହେବ । ବ୍ୟବସାୟରେ ଉତ୍ତମ ରୋଜଗାର ହୋଇ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବା ଫଳରେ ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ ।

ବୃଷ: ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା ସହଜ ହେବ । କର୍ମକ୍ଷେତ୍ରରେ କାର୍ଯ୍ୟର ଦାୟିତ୍ଵ ବଢିବା ଫଳରେ ପ୍ରଶଂସା ପାଇବେ ।

ମିଥୁନ: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେଇ ପ୍ରଶଂସା ପାଇବେ । ପାରିବାରିକ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ବରିଷ୍ଠବ୍ୟକ୍ତି, ପଦାଧିକାରୀଙ୍କ ପ୍ରିୟପାତ୍ର ହେବେ । ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ ।

କର୍କଟ: ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ ।

ସିଂହ: ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନର କଷ୍ଟ ଦୂର ହୋଇ ସୁଖର ସ୍ୱପ୍ନ ଦେଖିପାରିବେ । ଧନଧାନ୍ୟ, ମାନସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ଗୃହରେ ସୁଖଶାନ୍ତି ବିରାଜମାନ କରିବ ।

କନ୍ୟା: ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ, ଯଶକୀର୍ତ୍ତୀରେ ବୃଦ୍ଧି ହେବ । ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ ।

ତୁଳା: ଶୁଭକାମ କରି ପ୍ରଶଂସିତ ହେବେ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବା ଫଳରେ ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି ।

ବିଛା: ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ହେବ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ ।

ଧନୁ: ଶାରୀରିକ କଷ୍ଟ ଦୂର ହୋଇ ମନରେଥିବା କାମନା ପୂର୍ଣ୍ଣ ହେବ । ସେୟାର ବଜାରରେ ମୁନାଫା ମିଳିବ ଓ ପୁରୁଣା ନିବେଶ ଲାଭ ଦେବ । କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ ।

ମକର: ସହକର୍ମୀ ମାନଙ୍କ ସହଯୋଗ ଦ୍ଵାରା କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ ।

କୁମ୍ଭ: ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ, ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ । କର୍ମଚାରୀ ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂର ହେବ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ ।

ମୀନ: ସନ୍ତାନର ଭବିଷ୍ୟତକୁ ଧ୍ୟାନରେ ରଖି କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗଦାନ ଦେଇ ପ୍ରଶଂସା ପାଇବେ ।