କିପରି କଟିବ ଆଜି ଆପଣଙ୍କ ଦିନ: ୨୨/୧୨/୨୦୨୨

ମେଷ:ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପ୍ରଗତିର ପାଦକୁ ନିମ୍ନବର୍ଗୀୟ ଲୋକେ ଭିଡି ଧରିବେ । ଏହି ପରିପ୍ରେକ୍ଷୀରେ ଭାବମୂର୍ତ୍ତି ରକ୍ଷା କରି ଚାଲିବା କଠିନ ହୋଇପଡିବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ ।

ବୃଷ:ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟରେ ଆଶାତୀତ ଲାଭ ପାଇବା ଫଳରେ ମନ ସନ୍ତୁଷ୍ଟ ହେବ । ସରକାରୀ କାମରେ ସଫଳତା ମିଳିବା ସହ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ଶତୃ ଓ ବିରୋଧୀମାନେ କୌଣସି କ୍ଷତି କରି ପାରିବେ ନାହିଁ ।

ମିଥୁନ:ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ବନ୍ଧୁ ମିତ୍ରଙ୍କର ପ୍ରେରଣା ଓ ଆର୍ଥିକ ସହାୟତାରେ ଉଚିତ୍ପନ୍ଥା ଅନୁସରଣ କରିବେ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ଶୁଭ ସମାଚାର ମିଳିବା ଫଳରେ ମାନସିକ ଶାନ୍ତି ପାଇବେ ।

କର୍କଟ:ସାମାଜିକ ପତିଆରା ଅମଳିନ ରହିବ । କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେମଧ୍ୟ ସ୍ଵାଭିମାନକୁ ବଜାୟ ରଖି କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

ସିଂହ:ସରକାରୀ ସାହାଯ୍ୟ ମିଳିବା ଫଳରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ ।

କନ୍ୟା:ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ମିଳିବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭ ପାଇବେ । ଧନମାନ ଦିଗରୁ ସୁରକ୍ଷିତ ରହିବେ । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ ।

ତୁଳା:ଶତୃମାନେ ପରାଜିତ ହୋଇ ମିତ୍ରତା ଭାବ ଆଚରଣ କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । କୌଣସି କଥା ବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ ।

ବିଛା:ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଆୟ ଉପାର୍ଜନ ବୃଦ୍ଧି ହେବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହି ହେବା ସହ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବ୍ୟବସାୟରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ ।

ଧନୁ:ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ ।

ମକର:ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ମିଳିବ । ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ । ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ । ଜ୍ଞାନ ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ ।

କୁମ୍ଭ:ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା ଯୋଗେ ମନ ଖୁସି ରହିବ । ଛାତ୍ରଛାତ୍ରୀମାନଙ୍କର ବିଦ୍ୟାରେ ଉନ୍ନତି ହେବା ସହ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ଠିକ୍ ନିଷ୍ପତି ନେବେ । ବିରୋଧୀମାନେ କ୍ଷତି କରିବାରେ ଅସଫଳ ହେବେ ।

ମୀନ:ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ । ବ୍ୟବସାୟରେ ପରିଶ୍ରମ ଓ କଷ୍ଟର ପୁରା ଲାଭ ମିଳିବ । ଅତିଥି ସତ୍କାର ଓ ବନ୍ଧୁମିତ୍ରଙ୍କ ସମାଗମରେ ଖର୍ଚ୍ଚ ବୃଦ୍ଧି ପାଇବ ।