କିପରି କଟିବ ଆଜି ଆପଣଙ୍କ ଦିନ: ୨୮/୧୦/୨୦୨୨

ମେଷ:ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ମାର୍କେଟରୁ ନୂତନ ବସ୍ତ୍ର କିଣାକିଣି କରି ପାରନ୍ତି। ଆପଣଙ୍କ ପରକ୍ରଣ ଓ ଆତ୍ମବିଶ୍ବାସରେ ବୃଦ୍ଧି ହେବ। କାରବାରରେ ବିସ୍ତାର ପାଇଁ ଆପଣ କଠିନ ପରିଶ୍ରମ କରିବେ।

ବୃଷ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ନିଜ ପାଇଁ ଜରୁରୀ ବସ୍ତୁ କ୍ରୟ କରିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଶତ୍ରୁ ମାନଙ୍କ ଠାରୁ ଆପଣ ବିଜୟ ହାସଲ କରିବେ।

ମିଥୁନ:ସାହିତ୍ୟ ଓ କଳା କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ। ଆପଣ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆପଣଙ୍କର ହଜି ଯାଇଥିବା ଜିନିଷ ମିଳିଯିବ।

କର୍କଟ:ଆଜି ଆପଣ ମାନସିକ ରୂପରେ କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଧର୍ଯ୍ୟ ସହକାରେ ସବୁ କାର୍ଯ୍ୟ କରନ୍ତୁ। ପରିବାର ଲୋକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇପାରେ।

ସିଂହ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ଅଧିକ ଉତ୍ସାହିତ ରହିବେ। ଆପଣଙ୍କ ସାହସ ଓ ପରକ୍ରମରେ ବୃଦ୍ଧି ହେବ। ବ୍ୟାପାର ଓ ବ୍ୟବସାୟ କ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରିବେ।

କନ୍ୟା:କାର୍ଯ୍ୟକ୍ଷେତ୍ରରେ ଅଧିକ କାର୍ଯ୍ୟ ଚାପ ଯୋଗୁଁ ଆପଣ ଚିନ୍ତିତ ରହିବେ। ଆପଣଙ୍କର ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପରିବାର ସହିତ ଆପଣ କୌଣସି ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ତୁଳା:ଆଜି ଆପଣଙ୍କୁ ପିତାଙ୍କ ଠାରୁ ଆର୍ଥିକ ସହଯୋଗ ମିଳିପାରେ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସମୟର ସଦୁପଯୋଗ କରନ୍ତୁ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବିଛା:ଘରର ଆର୍ଥିକ ପରିସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ। ଆପଣଙ୍କୁ ଅଫିସ ଓ ପରିବାର ମଧ୍ୟରେ ଉତ୍ତମ ତାଳମେଳ ବନେଇ ରଖିବା ଆବଶ୍ୟକ। ଜୀବନସାଥୀ ଆପଣଙ୍କୁ ଉପହାର ଦେଇ ପାରନ୍ତି।

ଧନୁ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ସ୍ଥାନରେ ନିବେଶ କରି ଆପଣ କ୍ଷତି ସହି ପାରନ୍ତି। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ମକର:ଘରକୁ ଆସିଥିବା କୌଣସି ସମ୍ପର୍କୀୟଙ୍କ ସହିତ ଆପଣଙ୍କର ମତଭେଦ ହୋଇପାରେ। ଆପଣଙ୍କୁ କୌଣସି ପାର୍ଟିକୁ ଯିବାର ଅବସର ପ୍ରାପ୍ତ ହେବ। ପ୍ରେମ ଜୀବନରେ ମଧୁରତା ଆସିବ।

କୁମ୍ଭ:ଆଜି ପ୍ରେମୀ ଆପଣଙ୍କ ପାଇଁ କିଛି ଖାସ କରି ପାରନ୍ତି। ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆପଣଙ୍କର ରଚନାତ୍ମକ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଆପଣଙ୍କୁ ନିଜ ଜୀବନରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇପାରେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ।