କିପରି କଟିବ ଆଜି ଆପଣଙ୍କ ଦିନ: ୨୬/୧୦/୨୦୨୨

ମେଷ:ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହିତ କୌଣସି କଥାରେ ମତଭେଦ ହୋଇପାରେ। କଳା ଓ ରଚନାତ୍ମକ କାର୍ଯ୍ୟରେ ଆପଣ ରୁଚି ରଖିବେ।

ବୃଷ:ଆପଣଙ୍କ ଜୀବନର ପ୍ରଗତିରେ ବାଧା ଉତ୍ପନ୍ନ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଯେଉଁ କାର୍ଯ୍ୟ ଆପଣଙ୍କ ହିତରେ ନାହିଁ, ସେହି କାର୍ଯ୍ୟ କରନ୍ତୁ ନାହିଁ।

ମିଥୁନ:କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଉତ୍ତମ ପ୍ରଦର୍ଶନ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି।

କର୍କଟ:ଆଜି ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କର ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଉତ୍ତମ ଅବସର ପ୍ରାପ୍ତ ହେବ।

ସିଂହ:ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ପ୍ରତି ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ନକାରାତ୍ମକ ପରିବେଶରେ ମଧ୍ୟ ଆପଣ ସକାରାତ୍ମକ ରହିବେ। ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇପାରେ।

କନ୍ୟା:କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଚାକିରି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ତୁଳା:ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। କାର୍ଯ୍ୟସ୍ଥଳରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବ୍ୟବସାୟରେ ଆପଣ କଠିନ ପରିଶ୍ରମ କରିବେ।

ବିଛା:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଆପଣଙ୍କର ସୁଖ ସୁବିଧାରେ ବୃଦ୍ଧି ହେବ।

ଧନୁ:ଆମଦାନୀରେ ବୃଦ୍ଧି ହେବ। କିଛି ଲୋକଙ୍କୁ ବିଦେଶ ଯିବାର ସୁଯୋଗ ମିଳିପାରେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ।

ମକର:କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶିକ୍ଷା କ୍ଷେତ୍ରରେ ଆପଣ ନିଜର ଯୋଗ୍ୟତା ହାସଲ କରିବେ।

କୁମ୍ଭ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ଘରେ ରହିଥିବା ବୃଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ଘରର ଆର୍ଥିକ ସ୍ଥିତିରେ ସୁଧାର ହେବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ।