କିପରି କଟିବ ଆଜି ଆପଣଙ୍କ ଦିନ: ୧୭/୦୯/୨୦୨୨

ମେଷ:ସଂମ୍ପତ୍ତି ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ମାଲିମୋକଦ୍ଦମାରେ ସଫଳତା ମିଳିବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେଇ ପାରନ୍ତି । ସମୟ ଅନୁକୂଳ ହୋଇଥିବାରୁ ସେୟାର ବଜାରରେ ମୁନାଫା ମିଳିବ ଓ ପୁରୁଣା ନିବେଶ ଲାଭ ଦେବ ।

ବୃଷ:ଗୃହରେ ଶୁଭ କାର୍ଯ୍ୟର ସମାଧାନ ହୋଇପାରେ । ପତିପତ୍ନୀ, ସନ୍ତାନ ଓ ପରିବାରରେ ସମୟ ବିତେଇବେ । କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶ ଧାରାରେ ସାମିଲ ହେବେ ।

ମିଥୁନ:କାର୍ଯ୍ୟ କ୍ଷେତ୍ରରେ ଲୋକସମର୍ଥନ ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ସାବଧାନତା ପୂର୍ବକ ପାଦ ବଢେଇବା ବୁଦ୍ଧିମତାପୂର୍ଣ୍ଣ ହେବ । ଛାତ୍ର ଛାତ୍ରୀମାନେ ନିଜ ପରିଶ୍ରମରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ଆଚାର ଓ ବ୍ୟବହାରରେ ଶାନ୍ତ ହୋଇ କାର୍ଯ୍ୟ କରି ନିଅନ୍ତୁ ।

କର୍କଟ:ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଟଙ୍କାର ଆବଶ୍ୟକତା ପୂରଣ ହେବ ।

ସିଂହ:ଶିକ୍ଷା କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ସାମାଜିକ କାର୍ଯ୍ୟରେ ସଫଳ ହେବେ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ଉପରିସ୍ଥ କର୍ମଚାରୀ, ଗୁରୁ ଓ ଗୁରୁଜନ ମାନଙ୍କର ସହଯୋଗ ପାଇ ସଫଳତା ଲାଭ କରିବେ ।

କନ୍ୟା:ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ । ଅଧାଅଧୁରାଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ-ବିବାହ କିମ୍ବା ଚାକିରୀ ଇତ୍ୟାଦିର ସମାଧାନ ହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ ।

ତୁଳା:ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଭାଇ ବନ୍ଧୁମାନେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ଶତୃମାନେ ଦୂରେଇ ଯିବେ । ଉନ୍ନତି କରିବା ପାଇଁ ବହୁତ ଭଲ ପାଉଥିବା ଲୋକ ଓ ଶୁଭଚିନ୍ତକ ଲୋକମାନେ ସାହାଯ୍ୟ କରିବେ ।

ବିଛା:ବ୍ୟବସାୟରେ ବୁଦ୍ଧି ପ୍ରୟୋଗ କରି ବଡ ଧରଣର ସଫଳତା ପାଇବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନଯୋଗ ଦେଇ ଅଧୁରା କାର୍ଯ୍ୟ ପୂରଣ ପାଇଁ ଚେଷ୍ଟା କରିବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ ଓ ଧନ ସଂଗ୍ରହ କରିବାର ଚେଷ୍ଟା ସଫଳ ହେବ ।

ଧନୁ:ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା ଦୂରେଇଯିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦୂରେଇଯିବ । ପରିବହନ କ୍ଷେତ୍ରରେ ବିଶେଷ ଲାଭବାନ ହେବେ ।

ମକର:ଧନ ଲାଭହେବା ସହିତ କର୍ତ୍ତବ୍ୟ ଦାଇତ୍ଵ ବଢିଯିବ । ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । କୌଣସି ପୋଗ୍ରାମ୍ ବା କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇ ପାରିବେ । ଘର-ପରିବାରକୁ ପ୍ରାଥମିକତା ଦେବେ ।

କୁମ୍ଭ:ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସା ପାଇବେ । ଆର୍ଥିକ ବୃଦ୍ଧି ସହ ଯଶ ସମ୍ମାନ ବଢିବ । କର୍ମକ୍ଷେତ୍ରରେ ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ଦୂରଯାତ୍ରାରେ ସଫଳ ହେବେ । ସ୍ଵାସ୍ଥ୍ୟରେ ସୁଧାର ଆସିବ । ଜାଗାଜମି, ଯାନବାହନ ଆଦି କ୍ରୟ କରିପାରିବେ ।

ମୀନ:ସମସ୍ତ ସମସ୍ୟା ଅପସରି ଯାଇ ଶତୃମାନେ ତଳମୁହାଁ ହେବେ । ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୂକ୍ତିପତ୍ର କରି ପାରନ୍ତି । ଛାତ୍ର ଛାତ୍ରୀ ମାନଙ୍କର ମନୋବିଜ୍ଞାନ ସମ୍ବନ୍ଧରେ ବିଶେଷ ରୁଚି ରହିବ । ବିରାଟ ଯୋଜନାର ସଂକଳ୍ପ ନେବା ଫଳରେ ମାନ ସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ ।