କିପରି କଟିବ ଆଜି ଆପଣଙ୍କ ଦିନ: ୨୬/୦୮/୨୦୨୨

ମେଷ: ବ୍ୟବସାୟରେ ପରିବାର ସଦସ୍ୟମାନଙ୍କ ସହଯୋଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ ନଚେତ ବସ ଗାଳି କରିପାରନ୍ତି। ମନରେ ସନ୍ତୁଷ୍ଟିର ଭାବନା ସୃଷ୍ଟି ହୋଇପାରେ। ଆର୍ଥିକ କ୍ଷତି ହୋଇପାରେ।

ବୃଷ:ପରିବାରରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ହୋଇପାରେ। ବ୍ୟବସାୟରେ ଆପଣ ଏକ ବଡ଼ ଅଫର ପାଇପାରନ୍ତି। ଧନ ଲାଭ ସମ୍ଭବ ଅଟେ। ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଆଜିର ଦିନ ଏହି ରାଶିର ଲୋକଙ୍କ ପାଇଁ ମିଶ୍ରିତ ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ଲାଗିବ। କୌଣସି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଯତ୍ନର ସହ ଗାଡି ଚଲାନ୍ତୁ।

କର୍କଟ:ନିଜ ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଫିସରେ ବହୁତ କାମ ରହିବ। ଆର୍ଥିକ ଅବସ୍ଥା ଭଲ ରହିବ। ଜୀବନରେ ଏକ ନୂତନ ସାଥୀ ଆସିପାରନ୍ତି।

ସିଂହ:ଆୟର ମାଧ୍ୟମ ପ୍ରାପ୍ତ ହେବ। ପାରିବାରିକ ସମସ୍ୟା ଯୋଗୁ ଚିନ୍ତା ଆସିପାରେ। ଆର୍ଥିକ ଲାଭ ସମ୍ଭବ। ଆଜି ତିଆରି ହୋଇଥିବା ନୂତନ ସମ୍ପର୍କ ଭବିଷ୍ୟତରେ ଉପଯୋଗୀ ହୋଇପାରେ।

କନ୍ୟା: ଆଜିର ଦିନ ଆପଣ କୌଣସି ବନ୍ଧୁଙ୍କୁ ଭେଟି ପାରନ୍ତି। ଅଫିସରେ ଠିକ ସମୟରେ କାର୍ଯ୍ୟ ସମାପ୍ତ କରିଥିବାରୁ ଆପଣ ପ୍ରଶଂସିତ ହେବେ। ଯଦି ଆପଣ ସଠିକ ଯୋଜନା ସହିତ ଅଗ୍ରଗତି କରନ୍ତି ଆପଣ ନିଜର କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ଆଣିପାରନ୍ତି।

ତୁଳା:ସ୍ୱାସ୍ଥ୍ୟ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଅନୁସାରେ କାର୍ଯ୍ୟ ସମାପ୍ତ ହେବ। ପାରିବାରିକ ପରିବେଶ ସୁଖଦ ରହିବ। ଆପଣ ବିଦେଶରେ ଚାକିରିର ଅଫର ପାଇପାରନ୍ତି।

ବିଛା: ଆଜି ବିଛା ରାଶିର ଲୋକମାନେ କିଛି ବଡ ସୁଖ ପାଇପାରନ୍ତି। ଦକ୍ଷତା ବିକାଶ କରନ୍ତୁ। ଏହି ରାଶିର ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇପାରେ।

ଧନୁ:ଆଜି ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ। ପ୍ରେମ ଜୀବନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ଆର୍ଥିକ ଲାଭ ହୋଇପାରେ। ଆଜି ଅଧିକ କାମ କରିବା ଠାରୁ ଦୂରେଇ ରୁହନ୍ତୁ।

ମକର: ଅଫିସରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ। ପ୍ରେମିଙ୍କ ସହିତ ଡେଟରେ ଯାଇପାରନ୍ତି। ଆପଣଙ୍କ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ପରିବାର ପାଇଁ ମଧ୍ୟ ସମୟ ବାହାର କରନ୍ତୁ।

କୁମ୍ଭ:କୁମ୍ଭ ରାଶିର ଲୋକମାନେ ବ୍ୟବସାୟରେ ଏକ ବଡ଼ କାରବାର କରିପାରନ୍ତି। ପ୍ରେମିକ ସହିତ ସମୟ ବିତାଇବେ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। କାହାକୁ ସମାଲୋଚନା କରିବା ଠାରୁ ଦୂରେଇ ରୁହନ୍ତୁ।

ମୀନ:ଆଜି ଏହି ରାଶିର ବ୍ୟବସାୟୀମାନଙ୍କୁ ଲାଭ ହେବ। ଚାକିରୀରେ ଥିବା ଲୋକମାନଙ୍କର ସ୍ଥାନାନ୍ତର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ବୁଦ୍ଧିର ସହିତ କରାଯାଇଥିବା କାର୍ଯ୍ୟ ସଫଳ ହେବ।