କିପରି କଟିବ ଆଜି ଆପଣଙ୍କ ଦିନ: ୨୫/୦୮/୨୦୨୨

ମେଷ:ଆଜିର ଦିନ ଭାଗ୍ୟ ଆପଣଙ୍କର ସାଥ ଦେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଏହି ରାଶିର ଛାତ୍ରମାନେ ଯେଉଁମାନେ ପ୍ରତିଯୋଗିତା ପାଇଁ ଚେଷ୍ଟା କରୁଛନ୍ତି କଠିନ ପରିଶ୍ରମର ଶକ୍ତି ଉପରେ ଆଗକୁ ବଢ଼ିବେ ସେମାନେ ନିଶ୍ଚିତ ଭାବରେ ସଫଳତା ପାଇବେ।

ବୃଷ: ଆଜିର ଦିନ ଏହି ରାଶିର ଲୋକଙ୍କ ପାଇଁ ଶୁଭ ଅଟେ। ଆଜି ସମସ୍ତ କାର୍ଯ୍ୟ ଇଚ୍ଛା ଅନୁସାରେ ସମାପ୍ତ ହେବ। ବିବାହିତ ଜୀବନ ସୁଖଦ ହେବ। କୌଣସି ନୂତନ ବ୍ୟବସାୟରେ ଟଙ୍କା ବିନିଯୋଗ କରିବାର ଏକ ଧାରଣା ଆସିପାରେ।

ମିଥୁନ:ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଅର୍ଥ ଦୃଷ୍ଟିରୁ କରାଯାଇଥିବା ପ୍ରୟାସ ସକରାତ୍ମକ ଫଳାଫଳ ଦେବ। ରାଜନୈତିକ ଏବଂ ସାମାଜିକ କ୍ଷେତ୍ର ସହିତ ଜଡିତ ଲୋକମାନେ ସଭାଗୁଡ଼ିକରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

କର୍କଟ:ଯେଉଁ କାମ କରିବାକୁ ଚିନ୍ତା କରୁଛନ୍ତି ତେବେ ଆପଣ ସେଗୁଡିକୁ ଆଗୁଆ ଯୋଜନା କଲେ ଭଲ ହେବ। ବ୍ୟବସାୟୀମାନେ ଉପକୃତ ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଧ୍ୟୟନ ପ୍ରସଙ୍ଗରେ ନୂତନ ସୁଯୋଗ ପ୍ରାପ୍ତ ହେବ।

ସିଂହ: ଆଜି ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। କୌଣସି ସମ୍ପର୍କୀୟଙ୍କଠାରୁ ଏକ ଉପହାର ମିଳିପାରେ ଯାହାକୁ ଦେଖି ବହୁତ ଖୁସି ହେବ। କୌଣସି ବନ୍ଧୁଙ୍କ ସହିତ ସାକ୍ଷତ ହୋଇପାରେ।

କନ୍ୟା: ଯଦି ଆପଣ ଚାକିରୀ ଖୋଜୁଛନ୍ତି ତେବେ ଆପଣ କିଛି ଭଲ ଖବର ପାଇପାରନ୍ତି। ନିଯୁକ୍ତ ବ୍ୟକ୍ତି ପଦୋନ୍ନତି ପାଇବେ। ବ୍ୟବସାୟରେ ଲାଭ ହୋଇପାରେ।

ତୁଳା: ଆଜିର ଦିନରେ କାମ ଅଧିକ ହେବ। ଆପଣ ସାଙ୍ଗମାନଙ୍କଠାରୁ କିଛି ଲାଭ ପାଇପାରିବେ। ନୂତନ ସହଭାଗୀତାରେ ଯୋଗଦେବାର ସମ୍ଭାବନା ସୃଷ୍ଟି ହେଉଛି।ଭୌତିକ ସୁଖ ସୁବିଧା ପାଇଁ ଖର୍ଚ୍ଚ ହେବ।

ବିଛା:ଆଜିର ଦିନ ଏହି ରାଶିର ଛାତ୍ର ଏବଂ ନିଯୁକ୍ତ ଲୋକଙ୍କ ପାଇଁ ଶୁଭ ରହିବ। ଘରେ କିଛି ଶୁଭ କାର୍ଯ୍ୟକ୍ରମ ହୋଇପାରେ। ଆୟ ହ୍ରାସ ହେବାର ସଂକେତ ଅଛି।

ଧନୁ:ଆଜିର ଦିନ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧର୍ଯ୍ୟର ସହିତ କାମ କରନ୍ତୁ। ଆପଣ ସାଙ୍ଗମାନଙ୍କ ସହଯୋଗ ପାଇବେ। ମନରେ ଅସନ୍ତୋଷର ଭାବନା ସୃଷ୍ଟି ହୋଇପାରେ। ଯୋଜନାବଦ୍ଧ ଖର୍ଚ୍ଚ ବଢିପାରେ।

ମକର:ଆଜି ଆପଣଙ୍କ ମନ ଅନୁଯାୟୀ କାର୍ଯ୍ୟ ସମାପ୍ତ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବାରେ ସଫଳ ହେବେ। ବ୍ୟବସାୟ ଅଭିବୃଦ୍ଧି ସମ୍ଭବ ଅଟେ। ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। କିଛି ନୂଆ କାମ କରିବା ପାଇଁ ଦିନଟି ଅନୁକୂଳ ଅଟେ।

କୁମ୍ଭ:ଆର୍ଥିକ ଲାଭ ହେବ। ଆପଣ ଚାକିରିରେ ପଦୋନ୍ନତି ପାଇପାରନ୍ତି। ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରରେ କିଛି ଧାର୍ମିକ କାର୍ଯ୍ୟ ହୋଇପାରେ। ଭୌତିକ ସମୃଦ୍ଧି ହେବ।

ମୀନ:କୌଣସି ପୁରୁଣା ସାଙ୍ଗ ସହିତ ନିଜର ରାଗ ରୁଷ ଭୁଲି ଆଗକୁ ବଢ଼ନ୍ତୁ। ଛାତ୍ରମାନେ ନିଜ କ୍ୟାରିୟରରେ ବ୍ୟସ୍ତ ରହିବା ଉଚିତ। ଯୋଜନା ବନେଇ ଯଦି ଆପଣ କାର୍ଯ୍ୟଗୁଡିକୁ ଅଞ୍ଜାମ ଦେବେ ତ ଉନ୍ନତି ଅବଶ୍ୟ ମିଳିବ।