କିପରି କଟିବ ଆଜି ଆପଣଙ୍କ ଦିନ: ୧/୮/୨୦୨୨

ମେଷ:ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ । ଦୂରଯାତ୍ରା କରିବାକୁ ପଡିପାରେ । ସନ୍ତାନ ମାନଙ୍କ ସହିତ ସମୟ ବିତାଇବେ । ବ୍ୟବସାୟରେ ସଙ୍ଘର୍ଷ କରିବା ପରେ ସଫଳତା ପାଇବେ । ଅଳ୍ପ ଚେଷ୍ଟା କରି କାର୍ଯ୍ୟରେ ସିଦ୍ଧ ହେବେ ।

ବୃଷ:ଇଣ୍ଟରନେଟ୍‌ ମାଧ୍ୟମରେ କିଛି ନୂତନ କାର୍ଯ୍ୟ ଶିଖିବା ପାଇଁ ବିଚାର କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନ୍ୟମାନଙ୍କୁ ଲାଭାନ୍ୱିତ କରିବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ବଡ଼ ଅଫିସରମାନେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ବ୍ୟକ୍ତିଗତ ସମ୍ପର୍କକୁ ସାର୍ବଜନିକ କରିବା ଉଚିତ୍‌ ।

ମିଥୁନ:ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । କୌଣସି ବ୍ୟବସାୟକୁ ନେଇ ଭାଗୀଦାରଙ୍କ ସହିତ ମିଶି ଯୋଜନା କରି ପାରନ୍ତି । ସହକର୍ମୀଙ୍କ ସହିତ ବିରୋଧ ଭାବକୁ ଦୂର କରିବାରେ ସଫଳ ହେବେ ।

କର୍କଟ:ଶିକ୍ଷା କ୍ଷେତ୍ରରେ ସମସ୍ୟା ଦୂର ହେବ ଓ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ । ନିଜ ସମ୍ପର୍କକୁ ଭଲ ଉପଯୋଗ କରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

ସିଂହ:ଶୁଭ ସମାଚାର ଶୁଣିବେ । ଯନ୍ତ୍ରପାତି ବ୍ୟବସାୟରେ ବିଶେଷ ଲାଭ ହେବ । ମଧୁରଭାଷୀ ହେତୁ ଲୋକମାନେ ପ୍ରଭାବିତ ହେବେ ଓ ଦାମୀ ଜିନିଷ ପ୍ରତି ଆଗ୍ରହୀ ହେବେ । ରାଜନୀତି କ୍ଷେତ୍ରରେ ବୌଦ୍ଧିକ ନିର୍ଣ୍ଣୟ ନେଇ ପାରନ୍ତି । ସ୍ୱାସ୍ଥ୍ୟରେ ସୁଧାର ଆସିବ ।

କନ୍ୟା:ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ପରିବାରରେ ସମ୍ବନ୍ଧରେ ପ୍ରଗାଢତା ଆସିବ ଓ ଶାନ୍ତି ମିଳିବ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ ।

ତୁଳା:ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ଘରର ଗୁରୁଜନ ବା ମାଆ ବାପାଙ୍କୁ ସମ୍ମାନ ଦେଲେ ତାଙ୍କର ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ । ପିକ୍ଚର, ପାର୍ଟି ବା କୌଣସି ସମାରୋହ ଆଦିରେ ଭାଗ ନେଇପାରନ୍ତି ।

ବିଛା:ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଭୌତିକ ସୁଖ-ସୁବିଧା ସାଧନରେ ବୃଦ୍ଧି ହେବ । କାରବାରରେ ଲାଭ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଘରର କୌଣସି ନୂତନ ବସ୍ତୁ କ୍ରୟ କରିପାରିବେ । କୌଣସିଠାରୁ ଶୁଭ ସମାଚାର ବା ସନ୍ଦେଶ ଶୁଣି ମନ ଉତ୍ସୁକ ହେବ ।

ଧନୁ:ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ । କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ । ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନ୍ନିତ ହୋଇ ସଂପତ୍ତି କ୍ରୟ କରିବେ ।

ମକର:ସମ୍ପର୍କର ସଠିକ୍‌ ଉପଯୋଗ କରି ଫାଇନାସ୍‌ ସହିତ ଜଡିତ ମାମଲାକୁ ନେଇ ସମସ୍ୟାର ସମାଧାନ କରି ପାରିବେ । ପାଖ ପଡୋଶୀଙ୍କ ସଫଳତାରେ ମନ ଆନନ୍ଦିତ ହେବ । ସାମାଜିକ ସ୍ତରରେ ବ୍ୟବହାରକୁ ନେଇ ଲୋକ ସମ୍ପର୍କ ବୃଦ୍ଧି ପାଇବ ।

କୁମ୍ଭ:ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଆଇନ ଅଦାଲତରେ ଜୟଯୁକ୍ତ ହେବେ ।

ମୀନ:ଶାରୀରିକ କଷ୍ଟ ଦୂର ହୋଇ ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ । ମନରେଥିବା କାମନା ପୂର୍ଣ୍ଣ ହେବ । ନୂଆ ଚାକିରୀ ହେବାର ସୁଯୋଗ ମିଳିବ । ନିଜର ଚତୁରତା ଓ ବିବେକରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇପାରିବେ । ସେୟାର ବଜାରରେ ମୁନାଫା ମିଳିବ ।