କିପରି କଟିବ ଆଜି ଆପଣଙ୍କ ଦିନ: ୨୭/୦୭/୨୦୨୨

ମେଷ:ନୂଆ କ୍ୟାରିୟର ଆରମ୍ଭ କରିପାରିବେ । କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟ ଭଲରେ ଚାଲିବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ ।

ବୃଷ:ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ନୂତନବନ୍ଧୁଙ୍କ ଆଗମନ ହେବ । ଜାଗାଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରି ପାରିବେ । ଫୋନ୍ ଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ବା ସନ୍ଦେଶ ପ୍ରାପ୍ତ ହେବାର ସମ୍ଭାବନା ଅଛି ।

ମିଥୁନ:ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ । ଶ୍ରମିକ ଓ କର୍ମଚାରୀ ମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ । ମାଲି-ମୋକଦ୍ଦମାରେ ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ ।

କର୍କଟ:ଆଧ୍ୟାତ୍ମିକ ଓ ବୌଦ୍ଧିକ ଭାବନାରେ ଉନ୍ନତି ହେବ । ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କ ସ୍ଥାପିତ ହେବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଅଧ୍ୟୟନ, ଶୋଧ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ ।

ସିଂହ:ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ସମୟ ଗୁଡିକ ହସ ଖୁସିରେ ବିତିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ । ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳପାଇବେ ।

କନ୍ୟା:ସବୁଥିରେ ସଫଳତା ମିଳିବା ଯୋଗେ ମାନସିକ ଶାନ୍ତି ମିଳିବ । ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ରାଜକୀୟ ମାମଲାରେ ସଫଳତା ମିଳିବ ।

ତୁଳା:ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମଚାରୀ ମାନଙ୍କର ଜନସମ୍ପର୍କ ସୁଦୃଢ ହେବ ଓ ଯାହା ଚିନ୍ତା କରିବେ ତାହା ପୂରଣ କରି ପାରିବେ । ଉଚିତ ପନ୍ଥା ଗ୍ରହଣ କରି ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ପାରିବେ ।

ବିଛା:ସଂଘର୍ଷ ଦ୍ଵାରା ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ ହେବା ସହ ସମସ୍ତ ବ୍ୟବସାୟରେ ଆୟ ବୃଦ୍ଧି ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆଶା ପୂରଣ ହେବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ ।

ଧନୁ:ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ବନ୍ଧୁମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ପରିବାରରେ ସୁଖଶାନ୍ତି ଯୋଗେ ସମସ୍ତ ଚିନ୍ତା ଦୂର ହେବ । ଶାରିରୀକ ଅସୁସ୍ଥତା ଦୂରହେବ । ନୂତନକର୍ମ ନିଯୁକ୍ତିର ସୁଯୋଗ ପାଇବେ ।

ମକର:ଶାରିରୀକ ଅସୁସ୍ଥତା ଦୂରହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପାରିବାରିକ କ୍ଷେତ୍ରରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ ।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରି ସଫଳତା ଅର୍ଜନ କରିବେ ଓ ଆୟ ବୃଦ୍ଧି ହେବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳ ହେବେ । ମିତ୍ରମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ରାଜନୀତି କ୍ଷେତ୍ରରେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ ।

ମୀନ:ନିଜ ଲୋକମାନେ ହିଁ କାମରେ ଆସିବେ । ବିଦ୍ୟା କ୍ଷେତ୍ରରେ ବୀଜୟ ଲାଭ କରିବେ । ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଟଙ୍କାର ଆବଶ୍ୟକତା ପୂରଣ ହୋଇ ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ସଂଘର୍ଷ ଦ୍ଵାରା ସଫଳତା ମିଳିବ ।