କିପରି କଟିବ ଆଜି ଆପଣଙ୍କ ଦିନ: ୦୬/୦୭/୨୦୨୨

ମେଷ:ଛାତ୍ରଛାତ୍ରୀମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ଏକ ନୂତନ କ୍ୟାରିଅର୍ ଆରମ୍ଭ କରିପାରିବେ । ପ୍ରେମ ସମ୍ପର୍କରେ ଘନିଷ୍ଠତା ବୃଦ୍ଧି ପାଇବ ଓ ପ୍ରିୟଜନଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ସରକାରୀ କାର୍ଯ୍ୟରେ ଅତୁଳନୀୟ ଲାଭ ପାଇବେ ଓ ନୂତନ ଉପାୟ ଚିନ୍ତାକରି ଆୟର ନୂତନ ସ୍ରୋତ ଖୋଲିପାରନ୍ତି ।

ବୃଷ:ପିଲାମାନଙ୍କର ଭବିଷ୍ୟତ ବିଷୟରେ ଚିନ୍ତାକରି ଆନନ୍ଦିତ ହେବେ । ନିଜର ବୁଦ୍ଧିବଳ ଓ ଚତୁରତାର ସହ ଲକ୍ଷ୍ୟପ୍ରାପ୍ତିି ପାଇଁ ଅଗ୍ରସର ହେବେ । ଶତ୍ରୁ ଓ ବିରୋଧୀମାନେ ଭୟରେ ଆପଣଙ୍କ ପାଖରୁ ଦୂରେଇ ଯିବେ । ମାଲିମୋକଦ୍ଦମାରେ ଆଶାବାଦୀ ହେବେ ।

ମିଥୁନ:ଦେଶଭକ୍ତି, ଜନସେବା, ସାମାଜିକ କ୍ଷେତ୍ରରେ ଉନ୍ନତିର ରାସ୍ତା ଖୋଲିଯିବ । ବ୍ୟବସାୟୀଙ୍କର ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ । କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତରଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ ।

କର୍କଟ:ଆଜି ଆପଣ ଆରାମଦାୟକ ମନୋଭାବରେ ରହିବେ । ରାଜନୀତି କ୍ଷେତ୍ରରେ ଯଶ, କୀର୍ତ୍ତି, ମାନ-ସମ୍ମାନ ମିଳିବ । କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ । ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେବା ଫଳରେ ଆଗକୁ ବଢିବାରେ ସହାୟତା ମିଳିବ ।

ସିଂହ:ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ । ପ୍ରେମୀକ ପ୍ରେମିକାଙ୍କ ମଧୁର ମିଲନରେ କୌଣସି ବାଧାବନ୍ଧନ ନାହିଁ । ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ । ସାମାଜିକ କାର୍ଯ୍ୟରେ ଆଜି ଅଧିକ ସମୟ ବିତେଇ ପ୍ରଶଂସା ପାଇବେ ।

କନ୍ୟା:ଅତୀତରେ କରାଯାଇଥିବା କଠିନ ପରିଶ୍ରମର ଶୁଭଫଳ ପାଇ ଆପଣଙ୍କୁ ଦୂରଯାତ୍ରା କରିବାକୁ ପଡିପାରେ । ନୂତନ ବିଚାର, ଉପସ୍ଥିତ ଜ୍ଞାନ, ଅଧ୍ୟୟନ ଓ ଅଧ୍ୟାପନାରେ ରୁଚି ବଢିବ । ନିଜର ସ୍ୱଭାବ ଓ କ୍ଷମତା ପରଖିବା ପାଇଁ ଆତ୍ମମନ୍ଥନ କରିବେ । ରାଜନୀତି କ୍ଷେତ୍ରରେ ସ୍ୱାର୍ଥରକ୍ଷା କରିବାରେ ସମୟ ବିତିବ ।

ତୁଳା:ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭାବପ୍ରବଣତା ଦୃଢହେବ କିନ୍ତୁ ଦାମ୍ପତ୍ୟ ଜୀବନରେ ଟେନସନ ହେବାର ସମ୍ଭାବନା ଅଛି । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ଅନେକ ଦିଗରୁ ଖୁସି ମିଳିବ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ ।

ବିଛା:ସଭା ସମିତିରେ ନୂଆ ପୁରୁଣା ପାର୍ଥକ୍ୟ ବିଷୟରେ ଆଲୋଚନା କରିବା ଫଳରେ ଆପଣଙ୍କ ଭାଷଣଶୁଣି ଲୋକମାନେ ପ୍ରଭାବିତ ହେବେ । ଉଚ୍ଚଶିକ୍ଷା ପାଇଁ ଇଞ୍ଜିନିୟରିଂ ଛାତ୍ରମାନେ ଉତ୍କୃଷ୍ଟ ସୁଯୋଗ ପାଇ ପାରିବେ । ଅର୍ଥ ସମ୍ପର୍କିତ ସମସ୍ୟାର ଶୀଘ୍ର ନିଷ୍ପତ୍ତି ନେଲେ ନୂତନ ବ୍ୟବସାୟର ସୁଯୋଗ ପାଇପାରିବେ ।

ଧନୁ:କର୍ମକ୍ଷେତ୍ରରେ ଆପଣ ସ୍ୱାଧୀନ ଭାବରେ ନିଜର ସ୍ୱାଧୀନ ମତ ପ୍ରକାଶ କରିପାରିବେ । ଦକ୍ଷତାର ପ୍ରଦର୍ଶନ କରି ପୁରାତନ ପଦ୍ଧତିକୁ ପରିବର୍ତ୍ତନ କରିପାରିବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ସକାରାତ୍ମକ ପରିଣାମରେ ଆତ୍ମବିଶ୍ୱାସ ବଢ଼ିବ ଓ ପରିଶ୍ରମର ଫଳ ପାଇବେ ।

ମକର:କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ ।

କୁମ୍ଭ:ଘନିଷ୍ଠ ବନ୍ଧୁମାନଙ୍କ ସହିତ ଗମ୍ଭୀର ବିଷୟ ଉପରେ ଆଲୋଚନା କରି ନିଜର ପ୍ରତିଭା ବିଷୟରେ ଅବଗତ ହେବେ । ବ୍ୟବସାୟୀଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଅଧସ୍ତନ କର୍ମୀ ଓ ସାଧାରଣ କର୍ମଚାରୀଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ ।

ମୀନ:ଆପଣଙ୍କ କଥାରେ ଜୀବନସାଥୀ ବହୁତ ପ୍ରଭାବିତ ହେବେ । ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଶାନ୍ତିର ବାତା ବରଣ ଦେଖା ଦେବ ।