କିପରି କଟିବ ଆଜି ଆପଣଙ୍କ ଦିନ: ୧୯/୦୫/୨୦୨୨

ମେଷ:ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ସହଜ ସରଳରେ ହେବ । ନୂତନ କର୍ମାରମ୍ଭ ଓ ବିନ୍ଧୁମିଳନ ହେତୁ ନୂଆଉତ୍ସାହ ନେଇ କାମ କରିବେ । ପ୍ରତ୍ୟେକ କ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ ।

ବୃଷ:ଜ୍ଞାନ ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ ।

ମିଥୁନ:ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

କର୍କଟ:ବନ୍ଧୁ ମିତ୍ରଙ୍କର ସହଯୋଗ ଓ ଆର୍ଥିକ ସହାୟତାରେ ଆଗକୁ ବଢି ପାରିବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପ୍ରତିଯୋଗିତାରେ ବିଜୟୀ ହେବେ । ସ୍ୱାସ୍ଥ୍ୟରେଉନ୍ନତି, ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ଅନ୍ୟର ଉପକାରକରି ପ୍ରଶଂସିତ ହେବେ ।

ସିଂହ:ପାରିବାରିକସ୍ତର ହସ ଖୁସିରେ କଟିବ । ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ । ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି । ବନ୍ଧୁବାନ୍ଧବ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ ।

କନ୍ୟା:ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ନୂଆ ଯୋଜନାରେ ସଫଳହେବେ । ବ୍ୟବସାୟରେ ସଫଳତା ଅର୍ଜନ ଓ ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ତୁଳା:ରାଜନୀତିରେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବଜାୟ ରହିବ ।

ବିଛା:ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ପାରିବାରିକସ୍ତର ହସ ଖୁସିରେ କଟିବ ।

ଧନୁ:ମାନସିକ ସୁସ୍ଥତା ଅନୁଭବ କରିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତି କର ହେବ । ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ । ରାଜନୀତି ସ୍ତରରେ ମୁଣ୍ଡ ଉଚ୍ଚା ରହିବ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ ।

ମକର:ବ୍ୟବସାୟୀକ ହିସାବପତ୍ର ସହ ଭଲଭାବରେ ଜଗାରଖା କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରପାଇ ସୁଖଭୋଗ କରିବେ । ରାଜନୀତିରେ ଅଧିକ ପରିଶ୍ରମ କରିବା ଫଳରେ କୃତକାର୍ଯ୍ୟ ହେବେ ।

କୁମ୍ଭ:ସଂଘର୍ଷ ଦ୍ୱାରା ସଫଳତା ମିଳିବ । ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ନିଜର ଇଚ୍ଛା ବିରୋଧରେ କୌଣସି କର୍ମ ନକରିବା ଉଚିତ୍ । ପ୍ରେମକ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ ।

ମୀନ:ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଆର୍ଥିକ ସ୍ୱଚ୍ଛଳତା ଫେରି ପାଇବେ । କଳକାରଖାନା, କୋଇଲା ଖଣି, ରେଳ ବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର କର୍ମୋନ୍ନତି ହେବ ।