କିପରି କଟିବ ଆଜି ଆପଣଙ୍କ ଦିନ: ୩୦/୩/୨୦୨୨

ମେଷ:ଏହି ରାଶିର ଲୋକଙ୍କ ଆତ୍ମବିଶ୍ବାସ ସର୍ବଦା ସୁଦୃଢ ରହିବ। ଅନେକ ସମସ୍ୟାକୁ ସାମ୍ନା କରି ଆପଣ ସଫଳତା ଅର୍ଜନ କରିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। କାହା ସହିତ ବାର୍ତ୍ତାଳାପ କରିବା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ:ଆପଣ ଆର୍ଥିକ କ୍ଷେତ୍ରରେ ସୁଦୃଢ ରହିବେ। ଆପଣଙ୍କୁ ନିଜ ପାର୍ଟନର ଓ ପରିବାର ସହିତ ଉଚିତ ସମୟ ଅତିବାହିତ କରିବା ଉଚିତ। ଆପଣଙ୍କୁ ନିଜ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ।ଏହି ରାଶିର ମହିଳା ମାନଙ୍କୁ ସୁଖଦ ସମାଚାର ମିଳିପାରେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ମିଥୁନ:ଆଜିର ଦିନରେ ଆପଣ ଭାବାନାତ୍ମକ ରହି ପାରନ୍ତି।କାରବାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି।ଆପଣ ଶାରୀରିକ ଓ ମାନସିକ ରୂପରେ ସୁଦୃଢ ରହିବେ। ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ।ପରିବାରରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇପାରେ।

କର୍କଟ:ଆଜି ଆପଣଙ୍କୁ ଅନେକ କ୍ଷେତ୍ରରୁ ଲାଭ ପ୍ରାପ୍ତ ହେବ।ଅଧିକ ଉପାର୍ଜନ ପାଇଁ ନୂତନ ସାଧନ ପ୍ରାପ୍ତ ହୋଇପାରେ। ମାନସିକ ରୂପରେ ଆପଣ ଅସୁସ୍ଥ ହୋଇ ପାରନ୍ତି।ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳତା ଅର୍ଜନ କରିବେ।ଆପଣ ନିଜ ଜୀବନରେ ସବୁ ସମସ୍ୟାକୁ ଅଣଦେଖା କରି ଆଗକୁ ବଢନ୍ତୁ।

ସିଂହ:ଆପଣଙ୍କର ଉଦାର ସ୍ଵଭାବ ଅନେକ ଲୋକଙ୍କୁ ପ୍ରଭାବିତ କରିବ।ଘରର ଆର୍ଥିକ ପରିସ୍ଥିତିରେ ସମସ୍ୟା ସୃଷ୍ଟି ହୋଇ ପାରେ।କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟରୁ ଆପଣଙ୍କୁ ସଫଳତା ପ୍ରାପ୍ତ ହୋଇପାରେ।

କନ୍ୟା:ଆଜି ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟାପାର ଓ ବ୍ୟବସାୟରେ ସଠିକ ନିଷ୍ପତ୍ତି ନିଅନ୍ତୁ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ। ଜୀବନସାଥୀଙ୍କ ସହିତ ସାମାନ୍ୟ କଥାରେ ମତଭେଦ ହୋଇପାରେ।

ତୁଳା:ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବା ଉଚିତ। ଉଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିପାରେ। ପରିବାରରେ ଦାୟିତ୍ୱ ବୃଦ୍ଧି ହୋଇପାରେ। ମାନସିକ ରୂପରେ ଆପଣ ଚିନ୍ତିତ ରହି ପାରନ୍ତି। ଏକତରଫା ପ୍ରେମ ଆପଣଙ୍କୁ ନିରାଶ କରିପାରେ।

ବିଛା:ଆଜି ଆପଣଙ୍କର କୌଣସି ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କୌଣସି ଜରୁରୀ କାର୍ଯ୍ୟ ଆପଣ ପୂରଣ କରିବା ପାଇଁ ବିଚାର କରିବେ। ଏହି ରାଶିର ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ।

ଧନୁ:ଆଜି ଆପଣ ସବୁ କାର୍ଯ୍ୟ ଦୃଢ଼ ଆତ୍ମବିଶ୍ବାସର ସହିତ କରିବେ। ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ସମ୍ପର୍କୀୟଙ୍କ ସହିତ ଆପଣଙ୍କର ଘନିଷ୍ଠ ସଂପର୍କ ହୋଇପାରେ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ଭଲ ଭାବରେ ବିଚାର କରିବା ଉଚିତ।

ମକର:ଆପଣ ମାନସିକ ଓ ଶାରିରୀକ ରୂପରେ ସୁସ୍ଥ ରହିବେ। ପିତାମାତାଙ୍କ ସହଯୋଗରେ ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ। ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରନ୍ତୁ। ଜୀବନସାଥୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ।

କୁମ୍ଭ:ଆଜି ଆପଣ ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ।ବିଦ୍ୟାର୍ଥୀ ମାନଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ।ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ାରେ ସମ୍ପୂର୍ଣ୍ଣ ସହଯୋଗ କରିବେ।ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ରହିବ।ରାଜନୀତି ସହିତ ଜଡିତ ଲୋକଙ୍କୁ ଉତ୍ତମ ଅବସର ପ୍ରାପ୍ତ ହେବ।

ମୀନ:ଆଜି ଆପଣଙ୍କର ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ସ୍ତ୍ରୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନରେ ସୁଖଶାନ୍ତି ବିରାଜମାନ କରିବ।ଅଧିକ କାର୍ଯ୍ୟ ଯୋଗୁଁ ଆପଣ ବ୍ୟସ୍ତ ରହିବେ।ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ।