କିପରି କଟିବ ଆଜି ଆପଣଙ୍କ ଦିନ: ୧୫/୦୪/୨୦୨୧

ମେଷ: ଆଜିର ଦିନ ଭଲ ରହିବ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ।ଆପଣଙ୍କର ଭାବନାକୁ ନିୟନ୍ତ୍ରଣ କରନ୍ତୁ। ଅପ୍ରୀତିକର ଶବ୍ଦ କହିବା ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଲାଭ ହେବ।ଋଣ ରାଶି ଫେରସ୍ତ ହେବ।

ବୃଷ: ଆଜି କିଛି କ୍ଷତି ହେବାର ସମ୍ଭାବନା ଅଛି। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ବିପଦପୂର୍ଣ୍ଣ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ଭ୍ରମଣ ଲାଭଦାୟକ ହେବ।

ମିଥୁନ: ଆଜିର ଦିନ ଭଲ ଦିନ ରହିବ।କୌଣସି କାମକୁ ନେଇ ଅଧର୍ଯ୍ୟ ଧରନ୍ତୁ ନାହିଁ। ଖୁସି ଅନୁଭବ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଆର୍ଥିକ କାରବାର କରିବା ସମୟରେ ସତର୍କ ରୁହନ୍ତୁ। ଅଫିସରେ ଆପଣଙ୍କ କାର୍ଯ୍ୟ ଦ୍ୱାରା ଅଧିକାରୀମାନେ ପ୍ରଭାବିତ ହେବେ।

କର୍କଟ: ଆଜି ଦୁଃ-ଖ-ଦ ସୂଚନା ମିଳିପାରେ। ଅଧିକ ଖର୍ଚ୍ଚ ମାସିକ ବଜେଟକୁ ପ୍ରଭାବିତ କରିବ। ଏହି ସମୟରେ ଋ-ଣ ରାଶି ଫେରସ୍ତ ମିଳିବ ନାହିଁ। ଛାତ୍ରମାନଙ୍କୁ ଅଧିକ କାର୍ଯ୍ୟ କରିବାକୁ ପଡିବ। ଆଜି ଚାପ ଯୋଗୁଁ ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ ନାହିଁ।

ସିଂହ: ଆଜିର ଦିନ ସାଧାରଣ ରହିବ। ପାରିବାରିକ କାର୍ଯ୍ୟ ଅଧିକ ରହିବ। ଆଇନଗତ ସମସ୍ୟାର ସମାଧାନ ହେବ। କୌଣସି ସମ୍ପର୍କୀୟଙ୍କ ସହିତ ମତଭେଦ ଦୂରେଇ ଯିବାର ସମ୍ଭାବନା ଅଛି। ବିବାହିତ ଜୀବନ ବହୁତ ସୁଖଦ ରହିବ।

କନ୍ୟା: ଆଜି ଅପ୍ରୀତିକର ଖବର ମିଳିପାରେ। ଅଫିସରେ ବିବାଦ ହେବାର ସମ୍ଭାବନା ଅଛି। କ୍ରୋଧରୁ ଦୂରେଇ ରୁହନ୍ତୁ। ଆପଶବ୍ଦ ବ୍ୟବହାର କରନ୍ତୁ ନାହିଁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ହୋଇପାରେ।

ତୁଳା: ଆଜି ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହେବ।  ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ। ବ୍ୟବସାୟ ଭଲ ଚାଲିବ। କୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଶାରୀରିକ ସମ୍ବଳ ବୃଦ୍ଧି ପାଇବ।

ବିଛା: ଆଜି ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ଦୃଷ୍ଟିରୁ ବିନିଯୋଗ କରିପାରନ୍ତି। ବିପଦ ସମ୍ବନ୍ଧୀୟ କାର୍ଯ୍ୟ କରିବାବେଳେ ବହୁତ ସତର୍କ ରୁହନ୍ତୁ। ବିନିଯୋଗରୁ ଦୂରେଇ ରୁହନ୍ତୁ। ବ୍ୟବସାୟୀମାନେ ଆଜି କିଛି ବିଷୟରେ ଚିନ୍ତିତ ହୋଇପାରନ୍ତି।

ଧନୁ: ଆଜି କୌଣସି କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ। ଯୁବକମାନଙ୍କୁ ସୁଯୋଗ ମିଳିବ। କୌଣସି ବି-ବା-ଦରେ ଜ-ଡି-ତ ହେବା ଠାରୁ ଦୁରେଇ ରୁହନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ। ପ୍ରଭୁଙ୍କୁ ଉପାସନା କରନ୍ତୁ।

ମକର: ଆଜି ସକାରାତ୍ମକ ଅନୁଭବ କରିବେ। ଆଜି ସମସ୍ତ କାର୍ଯ୍ୟ ଉତ୍ସାହର ସହିତ ସମାପ୍ତ କରିବେ। ବିନିଯୋଗ ସହିତ ଜଡିତ କାର୍ଯ୍ୟ କରନ୍ତୁ ନାହିଁ। ଯାତ୍ରା ସମୟରେ ଯାନକୁ ଯତ୍ନର ସହିତ ଚଲାନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ଭଲ ଖବର ମିଳିବ।

କୁମ୍ଭ: ଆଜି ଆପଣଙ୍କ ଦିନ ଭଲ ରହିବ। ଧାର୍ମିକ କାର୍ଯ୍ୟରେ ଜ-ଡି-ତ ହେବେ। କୌଣସି ଜ୍ଞାନୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ସତସଙ୍ଗର ଲାଭ ହେବ। ଆପଣ ବ୍ୟବସାୟ ପାଇଁ କୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି।

ମୀନ: ଆଜି ଆପଣଙ୍କୁ ଘରୋଇ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଋଣ ରାଶି ବର୍ତ୍ତମାନ ସମୟରେ ଫେରସ୍ତ ମିଳିବ ନାହିଁ। ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବ। ସାମାଜିକ କାର୍ଯ୍ୟ କରିବେ । ବ୍ୟବସାୟରେ ଲାଭ ମିଳିବ।