କିପରି କଟିବ ଆଜି ଆପଣଙ୍କ ଦିନ: ୧୦/୩/୨୦୨୨

ମେଷ:ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ । ସାମାଜିକ କ୍ଷେତ୍ରରେ ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ ।

ବୃଷ:ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ । କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇବା ସହ ମାନପ୍ରତିଷ୍ଠାରେ ବୃଦ୍ଧି ହେବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବ ।

ମିଥୁନ:ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ । କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ ।

କର୍କଟ:ଶତୃମାନେ ପରାଜିତ ହେବେ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ଵିତ ହେବେ । ସମ୍ମାନର ସହିତ ଦିନଚର୍ଯ୍ୟା କରି ଶାରିରୀକ ଅସୁସ୍ଥତା ଦୂରହେବ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ଅବିବାହିତ ଯୁବକ ଓ ଯୁବତୀ ମାନଙ୍କର ବିବାହ ଧାର୍ଯ୍ୟ ହେବ ।

ସିଂହ:ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ଓ ସହନଶୀଳତା ଯୋଗେ ପ୍ରଶଂସା ମିଳିବ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ ।

କନ୍ୟା:ଶତୃମାନେ ମଥାନତ କରିବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । ନୂଆ ସୁଯୋଗ ମିଳିବା ହେତୁ ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ ।

ତୁଳା:ସାମାଜିକ ପତିଆରା ଅମଳିନ ରହିବ । ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ନୂତନ ବନ୍ଧୁଙ୍କୁ ପାଇ ଖୁସୀ ହେବେ । ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତେ ଲାଭ ବାନ୍ ହେବେ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ । ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ଠିକ୍

ବିଛା:ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ସୁଖ ସମୃଦ୍ଧି ବୃଦ୍ଧିହେବ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ପରିବାରରେ ଓ କୁଟୁମ୍ବରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ନେଇ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ ।

ଧନୁ:ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଉଚ୍ଚାଧିକାରୀ ଓ ବରିଷ୍ଠବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ଆତ୍ମନିର୍ଭର ଶୀଳ ହେବେ । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ ।

ମକର:ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ ।

କୁମ୍ଭ:ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ ।

ମୀନ:ସନ୍ତାନମାନଙ୍କ ଉନ୍ନତି ପାଇଁ ଖୁସି ରହିବେ । ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ । ସାର୍ବଜନୀନ ସମ୍ପର୍କରେ ବ୍ୟକ୍ତିତ୍ଵର ବିକଶିତ ହୋଇ ଉତ୍ସାହ ବୃଦ୍ଧି ପାଇବ । ମାଲିମକଦ୍ଦମା, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ ।