କିପରି କଟିବ ଆଜି ଆପଣଙ୍କ ଦିନ: ୯/୨/୨୦୨୨

ମେଷ: ସହକର୍ମୀ ମାନଙ୍କ ସହ ଶତ୍ରୁତା ଦୂର ହେବା ଫଳରେ ଚାକିରୀ କ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ । ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ି ପାରେ ଓ ଯାତ୍ରା ଫଳରେ ଉତ୍ସାହିତ ହେବେ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ ।

ବୃଷ:ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ରାଜନୀତିରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବା ସହ ପଦ ପଦବୀ ଲାଭ ହେବ । ସୁଖ, ସମ୍ପତ୍ତି ଲାଭ ଓ ସାହାର୍ଯ୍ୟ ପ୍ରାପ୍ତି ହେବ । କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ ।

ମିଥୁନ:କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତ କାରରେ ସଫଳ ହେବେ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ ।

କର୍କଟ:କର୍ମକ୍ଷେତ୍ରରେ ସରକାରୀ ଚାପ ପଡିଲେ ମଧ୍ୟ ସଫଳତା ମିଳିବ । ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସୁ-ସମ୍ବାଦ ପାଇ ଖୁସିହେବେ । ଇଛାକରି କାମଧନ୍ଦାରେ ମନ ଲାଗିବ ନାହିଁ ।

ସିଂହ:ସାମାଜିକ ପ୍ରତିଷ୍ଠା ମାନସମ୍ମାନ ଅକ୍ଷୂର୍ଣ୍ଣ ରହିବ । ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ । ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ । ଧନ ଆଗମନର ନୂତନ ସ୍ରୋତ ଖୋଲିଯିବ । ବିଦ୍ୟାର୍ଥିମାନେ ସଫଳ ହେବେ ।

କନ୍ୟା:କର୍ମଚାରୀମାନେ ସହକର୍ମୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ବନ୍ଧୁମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ପୂର୍ବ କଳହର ସମାଧାନ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ ।

ତୁଳା:ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ଗୃହୋପକରଣ କ୍ରୟ କରିବେ । ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ । ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ ।

ବିଛା:ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । ଦାମ୍ପତ୍ୟସୁଖ ବୃଦ୍ଧି ହେବା ସହ ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଗୃହସ୍ଥମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ ।

ଧନୁ:କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବା ସହ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ । ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି । ବ୍ୟବସାୟରେ ଉତ୍ତମ ରୋଜଗାର ହେବ । କର୍ମ କ୍ଷେତ୍ରରେ ଉନ୍ନତି ଏବଂ ପଦୋନ୍ନତିର ସୂଚନା ପାଇବେ ।

ମକର:ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ପାଇବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିବ ।

କୁମ୍ଭ:ସାମାଜିକ ପତିଆରା ଅମଳିନ ରହିବ । ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନଦେବେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ । ପରିବାରରେ ମାନ ମନାନ୍ତର ଦୂର ହେବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ ।

ମୀନ:ସବୁ କିଛି ସୁନ୍ଦର ହିଁ ସୁନ୍ଦର ଦେଖା ଦେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ ।