କିପରି କଟିବ ଆଜି ଆପଣଙ୍କ ଦିନ: ୨୫/୧୨/୨୦୨୧

ମେଷ:ଶତୃଙ୍କ ସହିତ ମୁକାବିଲା କରିପାରିବେ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ ଓ ମନ ଖୁସି ରହିବ । କୌଣସି ଶୁଭ ସମାଚାର ମଧ୍ୟ ଶୁଣିବେ । ବ୍ୟବସାୟରେ ଭାଗୀଦାରମାନଙ୍କ ସହ ମତାନ୍ତର ମନାନ୍ତର କଟିଯିବ । ପରିବାରର କେତେକ ସମସ୍ୟା ସମାଧାନ କରି ମାନସିକ ଶାନ୍ତି ଅନୁଭବ କରିବେ ।

ବୃଷ:ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ । କୌଣସି ମିତ୍ରଙ୍କୁ ସହାୟତା ପାଇଁ ହାତ ବଢେଇବେ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ ।

ମିଥୁନ:ସରକାରୀ କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଶତୃମାନେ ଦୂରେଇ ଯିବେ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଦ୍ଵାରା ସହାୟତା ପାଇ ଉନ୍ନତି ହେବ । ସାଂସାରିକ ଜୀବନରେ ମହତ୍ଵପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ବୃଦ୍ଧିପାଇ ସଫଳତା ମିଳିବ ।

କର୍କଟ:ବନ୍ଧୁଙ୍କ ଆର୍ଥିକ ସହାୟତାରେ ଖୁସିହେବେ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ଅଛି । ନିଜର କର୍ତ୍ତବ୍ୟ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ସିଂହ:ସାବଧାନ ରହି ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ଆଜି ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ପାଇବେ ।

କନ୍ୟା:ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । ବିଗିଡିଥିବା କାର୍ଯ୍ୟ କାହାର ସାହାଯ୍ୟ ଦ୍ଵାରା ସମ୍ପନ୍ନ ହେବ । କଥାବାର୍ତ୍ତା ଓ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚ୍ଚିତ୍ । ବିଦ୍ୟାରେ ଯଥେଷ୍ଟ ଶୁଭଫଳ ପ୍ରାପ୍ତି ହେବ ।

ତୁଳା:ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବ୍ୟାପାରରେ ପ୍ରଚୁର ଲାଭ ହେବ । ପ୍ରମୋଶନ, ବେତନ ବୃଦ୍ଧି, ଇଚ୍ଛିତ ସ୍ଥାନକୁ ସ୍ଥାନାନ୍ତରଣ, ଅଟକି ଥିବା ଅର୍ଥ ମିଳିଯିବ । ପୈତୃକ ସମ୍ପତ୍ତି ନେଇ ବିବାଦର ସମାଧାନ ହେବ । ଆତ୍ମୀୟ ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରି ପାରିବେ ।

ବିଛା:ସାମାଜିକ ପତିଆରା ଅମଳିନ ରହିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ନିଜର କାମ କରିବା ଷ୍ଟାଇଲରେ କିଛି ବଦଳାଇବାକୁ ଗୁରୁତ୍ଵ ଦେବେ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ର ସୁଦୃଢ ହେବ ।

ଧନୁ:ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାର ପରିପୂର୍ଣ୍ଣ ହେବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେସନାରୀ, ଔଷଧ ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ ।

ମକର:ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀହେବେ । କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ । ମିତ୍ର ବା ଜରୁରୀମନ୍ଦଙ୍କ ସହାୟତା ପାଇଁ ହାତ ବଢାଇବେ ।

କୁମ୍ଭ:ଶରିର ସୁସ୍ଥ ରହିବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ । ସରକାରୀ କ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ । ଖେଳ, କୁଦ, ପ୍ରତିଯୋଗିତାରେ ବିଜୟୀ ହେବେ ।

ମୀନ:ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମ ସୁରୁଖୁରୁରେ ହୋଇଯିବ । ଜାଗାଜମି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିବେ । ବନ୍ଧୁ ମିତ୍ରଙ୍କର ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ ।