କିପରି କଟିବ ଆଜି ଆପଣଙ୍କ ଦିନ: ୦୩/୧୦/୨୦୨୧

ମେଷ:ଆଜିର ଦିନ ଏହି ରାଶିର ଜାତକଙ୍କ ପାଇଁ ସୁନ୍ଦର ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ବନ୍ଧୁଙ୍କ କଥା ଆଘାତ ଦେଇପାରେ। ବିବାଦରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ରିସ୍କ ନେଇପାରନ୍ତି।

ବୃଷ:ଆଜିର ଦିନ ମିଶ୍ରିତ ରହିବ। ପୈତୃକ ସମ୍ପତିକୁ ନେଇ ବିବାଦ ହୋଇପାରେ। ଯାତ୍ରା ସମୟରେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ବଡ଼ ମାନଙ୍କ ସମ୍ପର୍କ ସ୍ଥିର ହେବ। ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ।

ମିଥୁନ:ଏହି ଲୋକମାନଙ୍କୁ ଆଜି ଭଲ ଖବର ମିଳିପାରେ। ସନ୍ତାନ ତରଫରୁ ସମସ୍ୟାଗୁଡିକୁ ଦୂର କରନ୍ତୁ। ଛାତ୍ରମାନେ ଉପକୃତ ହେବେ। ଅଧ୍ୟୟନରେ ମନ ଲାଗିବ। ଆପଣ ନିଜ ଜୀବନସାଥୀଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିବାକୁ ଯୋଜନା କରିପାରନ୍ତି।

କର୍କଟ:ପାରିବାରିକ ଦାୟିତ୍ୱ ତୁଲାଇବାରେ ବ୍ୟସ୍ତ ରହିବେ। ଘରୋଇ ଜିନିଷ ସଂଗ୍ରହ କରିପାରନ୍ତି। ଆପଣ ଅସୁବିଧାରୁ ମୁକ୍ତି ପାଇବେ। ଜୀବନସାଥୀଙ୍କ ସହିତ ମଧୁରତା ରହିବ। ଅନ୍ୟ କାହାକୁ ଏଥିପାଇଁ ଶ୍ରେୟ ନେବାକୁ ଦିଅନ୍ତୁ ନାହିଁ।

ସିଂହ:ଆପଣଙ୍କ ଭିତରେ ଏକ ନୂତନ ଉତ୍ସ୍ୟହ ଦେଖିବାକୁ ମିଳିବ। ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବେ। ଆପଣ ନିଜର କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣ ନିଜର ନୂତନ ଦାୟିତ୍ୱକୁ ଯତ୍ନର ସହିତ ପୂରଣ କରିବେ। ଛାତ୍ରମାନେ ସଫଳତା ପାଇବେ।

କନ୍ୟା:ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ନୂତନ ଦାୟିତ୍ୱ ମିଳିପାରିବ। କୌଣସି ଅଭିଜ୍ଞ ବ୍ୟକ୍ତଙ୍କ ସହିତ ସାକ୍ଷତ ହେବ। ମାନସିକ ରୂପରେ ମଜବୁତ ରହିବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣଙ୍କୁ ଧନଲାଭ ହେବ। ସାଙ୍ଗମାନଙ୍କୁ ଭେଟିବେ।

ତୁଳା:ସମ୍ପର୍କୀୟ ମାନଙ୍କ ସହିତ ସାକ୍ଷତ ହେବ। ଆଜି ସୁଖରେ ପରିପୂର୍ଣ୍ଣ ଦିନ ହେବ। କୌଣସି ସ୍ଥାନକୁ ଯାଇପାରନ୍ତି। ପାରିବାରିକ ପରିବେଶ ଭଲ ହେବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାଇପାରନ୍ତି। ଆର୍ଥିକ ଲାଭ ହେବ।

ବିଛା:ଆଜି କୌଣସି ସମସ୍ୟା ହେବ ନାହିଁ। ଅଫିସରେ କାହା ସହିତ ବିବାଦ ହୋଇପାରେ। କିନ୍ତୁ ଆପଣଙ୍କର ଦକ୍ଷତା ଉପରେ ବିଶ୍ୱାସ ରଖନ୍ତୁ। ଆଜି ଆପଣ ସକରାତ୍ମକତାରେ ପରିପୂର୍ଣ୍ଣ ହେବେ। ସମ୍ପର୍କୀୟମାନଙ୍କ ସହିତ ସାକ୍ଷତ ହୋଇପାରେ। ଛାତ୍ରମାନଙ୍କ ପାଇଁ ଆଜି ଏକ ଭଲ ଦିନ ରହିବ।

ଧନୁ:ମାନସିକ ରୂପରେ ମଜବୁତ ରହିବେ।ଆଜି ଆପଣଙ୍କୁ ପ୍ରତିପକ୍ଷଙ୍କ ଠାରୁ ସତର୍କ ରହିବାକୁ ପଡିବ। ପରିବାରରେ ବିବାଦ ହୋଇପାରେ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ଭ୍ରମଣ ସମୟରେ ସାବଧାନ ରୁହନ୍ତୁ। ଛାତ୍ରମାନଙ୍କ ଚିନ୍ତା ଦୂର ହେବ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ।

ମକର:ଆପଣ ନିଜ ପରିବାର ଲୋକଙ୍କ ସହିତ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି। ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରିବେ। ଆପଣ ନିଜର ଜୀବନସାଥୀଙ୍କଠାରୁ ସାହାଯ୍ୟ ପାଇବେ। ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ।

କୁମ୍ଭ:ଭଗବାନଙ୍କ ପୂଜାରେ ମନ ଲାଗିବ। ବଡ଼ ମାନଙ୍କର ଆଶୀର୍ବାଦ ମିଳିବ। ଆପଣଙ୍କର କାର୍ଯ୍ୟ ସହଜରେ ଶେଷ ହେବ। କାରବାରର ସ୍ଥିତି ଭଲ ରହିବ। ଜୀବନସାଥୀଙ୍କ ସହିତ ସମନ୍ୱୟ ରହିବ। ଦିନଟି ଭଲରେ କଟିବ। ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ।

ମୀନ:ଆପଣ ବହୁତ ସକାରାତ୍ମକ ରହିବେ। କୌଣସି ବଡ଼ ସମସ୍ୟାର ସମାଧାନରୁ ଆପଣଙ୍କୁ ଶାନ୍ତି ମିଳିବ। କିଛି ପରିଜନ ଦୀର୍ଘ ସମୟ ପରେ ସାକ୍ଷାତ ହୋଇପାରନ୍ତି। ପରିବାରର ପରିବେଶ ସୁଖଦ ହେବ।