ଗଣେଶ ଚତୁର୍ଥୀରେ କେଉଁ ରାଶି ପାଇଁ ଅଛି କଣ ଜାଣନ୍ତୁ

ମେଷ:ଆଜି ପାରିବାରିକ କଳହ ଯୋଗୁ ଚିନ୍ତା ତଥା ଚାପ ବନି ରହିବ। ଆଇନଗତ ମାମଲା ବିଚାରାଧୀନ ରହିବ। ବନ୍ଧୁଙ୍କ ମନୋଭାବ ଯୋଗୁଁ କ୍ଷତି ହେବ। ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। କାର୍ଯ୍ୟଗୁଡ଼ିକରେ ଅନାବଶ୍ୟକ ବିଳମ୍ବ ହେବ।

ବୃଷ:ରୋଜଗାରର ନୂତନ ସ୍ତତ୍ର ପ୍ରାପ୍ତର ଯୋଗ ଅଛି। ଭୌତିକ ସୁବିଧାର ସମ୍ବଳ ସଂଗ୍ରହ ପାଇଁ ଖର୍ଚ୍ଚ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଭ୍ରମଣ ସମୟରେ ସାବଧାନ ରୁହନ୍ତୁ ଆଘାତ ହୋଇପାରେ। ପରିବାରରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ।

ମିଥୁନ:ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବାର ଅବସର ପ୍ରାପ୍ତ ହୋଇପାରେ। ବ୍ୟାପାର ବ୍ୟବସାୟ ଭଲ ଚାଲିବ। ଆୟ ହେବ। ଯତ୍ନର ସହ ଗାଡି ଚଲାନ୍ତୁ। କୁସଙ୍ଗତ ଠାରୁ ଦୂରରେ ରୁହନ୍ତୁ। ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ। ଆଜି ସୁଖ ମିଳିବ।

କର୍କଟ:ଧର୍ମ କର୍ମରେ ଆଗ୍ରହ ରହିବ। ଆପଣ କୌଣସି ଜ୍ଞାନୀ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ପାଇପାରନ୍ତି। ବ୍ୟବସାୟ ଭଲ ହେବ। ବିନିଯୋଗ ଭଲ ହେବ। ବିବେକ ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ। ତତ୍ପରତା କରନ୍ତୁ ନାହିଁ।

ସିଂହ:ବିପଦପୂର୍ଣ୍ଣ କାର୍ଯ୍ୟ ସମୟରେ ସାବଧାନ ରୁହନ୍ତୁ। କିଛି କାମରେ କ୍ଷତି ହେବ। ଆଜି ଆପଣଙ୍କର କୌଣସି କାର୍ଯ୍ୟର ସମାପ୍ତ ନହେବା ଦ୍ୱାରା ଆପଣ ବିଚଳିତ ରହିବେ। ଚିନ୍ତା ରହିବ। ରିସ୍କ ନିଅନ୍ତୁ ନାହିଁ। ଟେନସନର ପରିବେଶ ହୋଇପାରେ।

କନ୍ୟା:କ୍ରୋଧ ଚିନ୍ତା ପ୍ରତି ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ପରିବାର ସହ ଜଡିତ କାର୍ଯ୍ୟ ଅନୁକୂଳ ହେବ। ବ୍ୟବସାୟ ଭଲ ରହିବ। ଆପଣ ଋଣରୁ ମୁକ୍ତି ପାଇବେ। ପ୍ରେମ ଏବଂ ସୌହାର୍ଦ୍ଧୟ୍ଯ ସମ୍ପର୍କୀୟମାନଙ୍କ ସହିତ ରହିବ।

ତୁଳା:ରାଜନୈତିକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବ। ନୂତନ ବ୍ୟବସାୟ ବିସ୍ତାର ହେବ। ନୂତନ ଚୁକ୍ତିନାମା ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଧିକ ଚାଲିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆପଣ ମାନ ସମ୍ମାନ ପାଇବେ।

ବିଛା:ଆଜି ଅଧିକ ସକାରାତ୍ମକ ରହିବେ। ଅଫିସ ପରିବେଶ ଭଲ ରହିବ। ରୋଜଗାରର ସୁଯୋଗ ଉପଲବ୍ଧ ହେବ। ଆୟ ବୃଦ୍ଧି ପାଇବ। ସୁଖ ମିଳିବ। ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ଆପଣଙ୍କର ବକ୍ତବ୍ୟ ଉପରେ ସଂଯମତା ରଖନ୍ତୁ।

ଧନୁ:କାର୍ଯ୍ୟର ଗତି ଧୀର ରହିବ। ନିରାଶ ହୋଇପାରେ। ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ। ବିନା କାରଣରେ ଘର ବାହାରେ ଥିବା କାହା ସହିତ ବିବାଦ ହୋଇପାରେ।

ମକର:ଚାକିରିରେ ଅଧିକ ଅଧିକାର ମିଳିପାରେ। ଭାଗ୍ୟର ସାଥ ମିଳିବାର ଯୋଗ ଅଛି। ଯୁବକମାନଙ୍କ ଉଦ୍ୟମ ସଫଳ ହେବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ବିନିଯୋଗ ଲାଭଜନକ ହୋଇପାରେ। ଖରାପ ନିଶା ଜାଲରେ ପଡ଼ନ୍ତୁ ନାହିଁ।

କୁମ୍ଭ:ବହୁତ ଖୁସି ରହିବେ। ସାମାଜିକ ଭାବରେ ପ୍ରଶଂସିତ ହେବେ। ଧନ ଲାଭରର ସୁଯୋଗ ଆସିବ। ଆପଣ ଚାକିରିରେ ପଦୋନ୍ନତି ପାଇପାରନ୍ତି। ବ୍ୟବସାୟ ଭଲ ଚାଲିବ।

ମୀନ:ଆଜି ଖର୍ଚ୍ଚ ଅଧିକ ରହିବ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତିକୁ ମଜବୁତ କରିବା ଦିଗରେ କାହାଠାରୁ ସାହାଯ୍ୟ ମିଳିବ। ଆତ୍ମବିଶ୍ୱାସ କମ ରହିବ। ଆପଣ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ।