କିପରି କଟିବ ଆଜି ଆପଣଙ୍କ ଦିନ: ୭/୦୯/୨୦୨୧

ମେଷ:ସମ୍ପତ୍ତି କିଣିବା ବେଳେ ସବୁ ଡକ୍ୟୁମେଣ୍ଟକୁ ଭଲ ଭାବରେ ଯାଞ୍ଚ କରନ୍ତୁ । ଆପଣଙ୍କ ମତାମତ ଅନ୍ୟମାନଙ୍କ ପାଇଁ ବହୁତ ସହାୟକ ହେବ । କଠିନ ପରିଶ୍ରମର ଭଲ ଲାଭ ପାଇବା ସହ ମିତ୍ରମାନଙ୍କ ଦ୍ୱାରା ଆର୍ଥିକ ଲାଭ ହୋଇପାରେ ।

ବୃଷ: ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ବରିଷ୍ଠବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ଜରୁରୀ କାର୍ଯ୍ୟପାଇଁ ଯାତ୍ରାକରିବାକୁ ପଡ଼ିବ । ଅଟକି ଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ । କଠିନ କାର୍ଯ୍ୟ ସହଜରେ ସମାଧାନ ହୋଇଯିବ ।

ମିଥୁନ:ସନ୍ତାନର ସୁ-ଖବର ଶୁଣି ଖୁସିହେବେ । ସୁଖ ସମୃଦ୍ଧି ବୃଦ୍ଧିହେବା ସହ ନୂଆ ବେପାରୀଙ୍କସହ ସମ୍ପର୍କ ଯୋଗୁ ନୂତନ ବ୍ୟବସାୟର ଯୋଜନା କରିବେ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ ଏବଂ ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି ।

କର୍କଟ:ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ । ପରିବାରରେ କ୍ରୋଧ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ । ଦାମ୍ପତ୍ୟ ସୁଖରେ ସଫଳତା ପ୍ରାପ୍ତି ହେବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ ।

ସିଂହ:ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ଉନ୍ନତି, ମାନସିକ ଶାନ୍ତି ଓ ସଫଳତା ମିଳିବ । ବକେୟା ଅର୍ଥ କିଛି ମିଳିବ । ବ୍ୟବସାୟରେ ଆର୍ଥିକ ଉନ୍ନତି ଦେଖାଦେବ । ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ ।

କନ୍ୟା:ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ । ପଡୋଶୀ ଏବଂ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।

ତୁଳା:ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ ।

ବିଛା:ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ ।

ଧନୁ:ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । କର୍ତ୍ତବ୍ୟ ନିଷ୍ଠାରୁ ଯଶ ପ୍ରଶଂସାର ଅଧିକାରୀ ହେବେ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟକ୍ଷେତ୍ରରେ କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ ।

ମକର:ଜୀବନସାଥୀଙ୍କ ଭାବନାକୁ ସମ୍ମାନ ଦେଇ ପରିବାରର ପରିବେଶକୁ ସକରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ନିଜର କ୍ଷମତାକୁ ସମ୍ପୂର୍ଣ୍ଣ ବ୍ୟବହାର କରି ସମସ୍ୟାର ସମାଧାନ କରିଦେଇ ପାରିବେ ।

କୁମ୍ଭ:ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ବ୍ୟବସାୟ କ୍ଷେତ୍ରରେ ବୃତ୍ତିଗତ ଦୃଷ୍ଟିରୁ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ ଓ ସୁରକ୍ଷିତ ରହିବେ ।

ମୀନ:ସାଙ୍ଗସାଥିମାନେ ସାହାଯ୍ୟ ସହଯୋଗ କରିବେ । କର୍ମସଂଧାନୀ ମାନେ ନିଯୁକ୍ତିର ସୁଯୋଗ ପାଇବେ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ, ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ରହିବ ।