କିପରି କଟିବ ଆଜି ଆପଣଙ୍କ ଦିନ: ୦୫/୦୯/୨୦୨୧

ମେଷ:ଗୃହରେ ଭାତୃ ବିବାଦ, ପଡ଼ୋଶୀ କଳହ, ଜମିପାଇଁ ମାଲିମକଦ୍ଦମାର ଅପୋଷ ସମାଧାନ ହେବେ । ବସ୍ତ୍ର, ତେଜରାତି, ସୁନା, ରୂପା, ଅଳଙ୍କାର ଇତ୍ୟାଦି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟରେ ଲାଭବାନ ହେବେ ।

ବୃଷ:ଶାରୀରିକ ଅସୁସ୍ଥତା ଦୂର ହେବ । ଧନଧାନ୍ୟ, ଗୋ-ସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହବାର ଯୋଗ ଅଛି । ପରିବାରରେ ମାନ ମନାନ୍ତର ଦୂର ହେବ । ଆର୍ଥିକ ସମସ୍ୟା ଦୂର ହୋଇ ନୂତନ କାର୍ଯ୍ୟଆରମ୍ଭ କରି ପାରନ୍ତି ।

ମିଥୁନ:ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନପାଇଁ ଦୂରଯାତ୍ରାର ସୁଯୋଗ ପାଇବେ । ପଢ଼ାପଢ଼ିରେ ମନଦେବେ । ବାଦବିବାଦଠାରୁ ଦୂରେଇ ରହିବା ଉଚିତ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ ।

କର୍କଟ:ଶତ୍ରୁମାନେ ମିତ୍ରତା କାର୍ଯ୍ୟ କରିବେ । ମାନସିକ ଦୁଶ୍ଚିନ୍ତା ଦୂରହୋଇ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଆଶାତୀତ ଫଳ ପାଇବେ । ବ୍ୟବସାୟରେ ଅତ୍ୟଧିକ ଲାଭବାନ ହୋଇ ଆର୍ଥିକ ସ୍ଥିତି ସୁଦୃଢ ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧିହେବ ।

ସିଂହ:ଆୟ ବୃଦ୍ଧିହେବା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ପତିପତ୍ନିଙ୍କ ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ । ଯେକୌଣସି କାର୍ଯ୍ୟ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ।

କନ୍ୟା:ଶାରୀରିକ କଷ୍ଟ ଦୂରେଇ ଯିବ । ମାନସିକ ଅଶାନ୍ତି ଦୂର ହୋଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ତୁଳା:ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । ଦୂରଯାତ୍ରା କରି ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । ପାରିବାରିକ ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବେ ।

ବିଛା:ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ । ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ବା ଭାଇଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ ।

ଧନୁ:ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ବିଜୟୀ ହେବେ । ଘରୋଇ ସଂସ୍ଥାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ ।

ମକର:ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ । ଦୂରଯାତ୍ରା କରି ବ୍ୟବସାୟରେ ସଫଳତା ପାଇବେ ।

କୁମ୍ଭ:ଶାରୀରିକ କଷ୍ଟ ଦୂରେଇ ଯିବ । ଭଲମନ୍ଦ ବିଚାର ନକରି ଯେ କୌଣସି କାର୍ଯ୍ୟକଲେ ଆୟ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ନୂତନ ଯୋଜନା ପାଇଁ ସହଯୋଗ ମିଳିବ । ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ ।

ମୀନ:ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ । ଯେତେ ଅଧିକ ପରିଶ୍ରମ କରିବେ ସେତେ ଲାଭବାନ୍ ହେବେ ।