କିପରି କଟିବ ଆଜି ଆପଣଙ୍କ ଦିନ: ୦୨/୦୯/୨୦୨୧

ମେଷ: ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି । ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ ।

ବୃଷ:ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବିଚାର କରିବେ । ଫୋନ୍ ଓ ଇଣ୍ଟରନେଟ୍ ର ଭଲ ଉପଯୋଗ କରିବେ । ପ୍ରେମିକ ପ୍ରେମିକା ମାନେ ବିବାହ କରିବା ପାଇଁ ଯୋଜନା କରିବେ । କଳା ସଙ୍ଗୀତ ନୃତ୍ୟ ଗୀତ ଓ ଚଳଚ୍ଚିତ୍ର ସହିତ ଜଡିତ ଲୋକମାନେ ଭଲ ସୁଯୋଗ ପାଇବେ ।

ମିଥୁନ: ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି । ପାରିବାରିକ ଜୀବନ ଆନନ୍ଦମୟ ହେବ । ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ ।

କର୍କଟ: କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଠାରୁ କାମ ଆଦାୟ କରିବାକୁ ନିଜେ ପରିଶ୍ରମ କରିବାକୁ ପଡିବ । ଭବିଷ୍ୟତକୁ ନେଇ କାଳ୍ପନିକ ଚିନ୍ତାଧାରାରେ ରହିବେ ଓ ଭଲ ସୁଯୋଗର ଲାଭ ଉଠାଇ ପାରିବେ । ଯେ କୌଣସି କଥାରେ ନା ଶବ୍ଦ କହିବାକୁ ବହୁତ କଷ୍ଟ ହେବ ।

ସିଂହ:ସ୍ୱାସ୍ଥ୍ୟ ଦିଗରୁ ପ୍ରାୟତଃ ଠିକ୍ ରହିବ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତିର ସୂଚନା ପାଇବେ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ଯାତ୍ରାରେ ସଫଳତା ପ୍ରାପ୍ତି ହେବ ।

କନ୍ୟା:ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ ।

ତୁଳା: ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ପରିବାରରେ ସୁଖ ସମ୍ପଦ ପ୍ରାପ୍ତି ହେବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ ।

ବିଛା: ଭାଗୀଦାରୀ ବ୍ୟବସାୟି ମାନଙ୍କ ସହିତ ସାମାନ୍ୟ ତାଳମେଳ ରହିବ । ବିଦ୍ୟାର୍ଥୀମାନେ ଶିକ୍ଷକମାନଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ପାଇବେ । ଯେପରି ଆପଣଙ୍କ କଥାରେ କାହାର ହ୍ରୁଦୟକୁ ନବାଧୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସଞ୍ଚୟ କରିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ କରିପାରନ୍ତି ।

ଧନୁ:ପୂର୍ବରୁ କରିଥିବା ଭୁଲ ଗୁଡିକୁ ସଂଶୋଧନ କରିବାର ସୁଯୋଗ ପାଇବେ । ପ୍ରେମୀଯୁଗଳ ଇଣ୍ଟରନେଟ୍ ଦ୍ଵାରା ନୂତନ ବନ୍ଧୁ ବା ମିତ୍ର ସୃଷ୍ଟି କରିପାରିବେ । କର୍ମକ୍ଷେତ୍ରରେ କର୍ମଚାରୀମାନେ ଆପଣଙ୍କୁ ସାହାଯ୍ୟ କରିବା ଫଳରେ ଜନସାଧାରଣଙ୍କ ନିକଟରେ ନିଜର ପ୍ରତିଭାକୁ ବିକଶିତ କରି ପାରିବେ ।

ମକର:ସମାଜର ଗୁରୁତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସମ୍ପର୍କ ମଜବୁତ ହେବା ଫଳରେ ସରକାରଙ୍କ ଠାରୁ ସମ୍ମାନ ମିଳିପାରେ । ବ୍ୟବସାୟରେ ବଡ ଧରଣର ନିବେଶ କରିବା ପାଇଁ ଚିନ୍ତା କରିବେ । ଅଳ୍ପ ଦୂରକୁ ଯାତ୍ରା କରିବାର ସମ୍ଭାବନା ଅଛି । ମାର୍କେଟିଂ ସହିତ ଜଡିତ ଲୋକମାନେ ଭଲ ଆର୍ଥିକ ଲାଭ ପାଇବେ ।

କୁମ୍ଭ:ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ । ପୁରୁଣା ରୋଗ ସମସ୍ୟାରୁ ମୁକ୍ତି ମିଳିବ । ଅଧିକ ଓଭରଟାଇମ କାମ କରିବାକୁ ପଡିପାରେ । ନିଜର କାର୍ଯ୍ୟର ଗୁଣବତାକୁ ବଢାଇବାକୁ ଚେଷ୍ଟା କରିବେ ।

ମୀନ:ପିଲାଦିନର ସାଙ୍ଗମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇପାରିବେ । ନିଜର ଇଛାଶକ୍ତିକୁ ଅନ୍ୟଉପରେ ଲଦିଦେଇ ଫାଇଦା ଉଠେଇ ପାରିବେ । ପୈତୃକ ବ୍ୟବସାୟରେ ଉନ୍ନତି ହେବା ସହ ପୂର୍ବରୁ କରିଥିବା ପରିଶ୍ରମର ଫଳ ଉଚିତ୍ ପରିମାଣରେ ମିଳିପାରେ ।