କିପରି କଟିବ ଆଜି ଆପଣଙ୍କ ଦିନ: ୩୧/୦୮/୨୦୨୧

ମେଷ: ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ ।

ବୃଷ: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ଶରୀର ସୁସ୍ଥ ରହିବା ସହ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ ।

ମିଥୁନ:ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ । ବ୍ୟବସାୟୀଙ୍କର କଠିନ ପରିଶ୍ରମ କରିବା ଫଳରେ କାରବାରର ବୃଦ୍ଧି ହେବା ସହ ଗ୍ରାହକ ମାନଙ୍କ ସମ୍ପର୍କରେ ଉନ୍ନତି ହେବ ।

କର୍କଟ:ସାମାଜିକ କାର୍ଯ୍ୟରେ ରୁଚି ବଢିବ । ଧନ ପାଇଁ କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟାଳୟ ଏବଂ ଘରେ ଦ୍ୱାୟିତ୍ୱ ବଢିଯିବ । କର୍ମଚାରୀ ଓ ଶ୍ରମିକମାନେ ଅଳ୍ପ ପରିଶ୍ରମ କରି ବେଶୀ ଉପକୃତ ହେବେ ।

ସିଂହ: ଶତ୍ରୁହାନୀ, ମିତ୍ରଲାଭ, ମନରେ ଉତ୍ସାହ, ସହଯୋଗ ପ୍ରାପ୍ତି, ଉଚ୍ଚସମ୍ମାନ ଲାଭ, ଋଣପ୍ରାପ୍ତି ଓ କର୍ମତତ୍ପରତା ଦେଖାଦେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ ।

କନ୍ୟା:ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । କାର୍ଯ୍ୟ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧିହୋଇ ସଫଳତା ପାଇବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ ।

ତୁଳା:ବ୍ୟବସାୟରେ ସଫଳତା ଅର୍ଜନ ତଥା କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଧନ ସମ୍ବନ୍ଧୀୟ ମାମଲାରେ ଶତ୍ରୁର ଶରଣାପନ୍ନ ହେବାକୁ ପଡିବ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନସ୍ଥିତି ଅଟଳ ରଖି ପାରିବେ ।

ବିଛା:ବ୍ୟବସାୟୀ ମାନଙ୍କ ପାଇଁ ଲାଭ ଦାୟକ ହେବ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ବିଦ୍ୟାକ୍ଷେତ୍ରରେ ମନସନ୍ତୋଷ ହେବ ଓ ପ୍ରଶଂସିତ ହେବେ ।

ଧନୁ:ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଶରୀର ସୁସ୍ଥରହିବା ସହ ସମସ୍ତ କାର୍ଯ୍ୟ ସିଦ୍ଧି ହେବ । ଛାତ୍ରଛାତ୍ରୀ ମାନଙ୍କର ଶ୍ରମ ସାର୍ଥକ ହେବା ସହ ସୁସଂବାଦ ଶ୍ରବଣରେ ଆନନ୍ଦିତ ହେବେ ।

ମକର:ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରି ଉଚିତ୍ ପରାମର୍ଶ ପାଇବା ଫଳରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ ।

କୁମ୍ଭ: ବନ୍ଧୁମିତ୍ର ମାନଙ୍କ ଗତିବିଧିକୁ ଲକ୍ଷକରି ଊତ୍ସାହିତ ହେବେ । ଭାଗୀଦାରି ବ୍ୟବସାୟରେ ଲାଭବାନ ହେବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ । ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ମୀନ:ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ବିଦେଶ ଯାତ୍ରାରେ ଲାଭବାନ୍ ହେବେ । ନକାରାତ୍ମକ ଭାବନା ଦୂରହୋଇ ସକାରାତ୍ମକ ଭାବନା ସୃଷ୍ଟିହେବ । ସୁଖ, ସମ୍ପତ୍ତି ଲାଭ ଓ ସକଳ କାର୍ଯ୍ୟରେ ସଫଳ ହେବା ସହ ଗୃହବାହାନ ପ୍ରାପ୍ତି ହେବ ।