କିପରି କଟିବ ଆଜି ଆପଣଙ୍କ ଦିନ: ୩୧/୦୭/୨୦୨୧

ମେଷ:ଆଜିର ଦିନ ନିଜର କୌଶଳରେ କାମକୁ ସହଜରେ ସମାପ୍ତ କରିବେ। ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିନା କାରଣରେ କାହା ସହିତ ଆପଣଙ୍କର ଯୁକ୍ତିତର୍କ ହୋଇପାରେ। ଆଜି ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ।

ବୃଷ:ଆଜିର ଦିନ ସୁନ୍ଦର ରହିବ।କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ଫଳପ୍ରଦ ହେବ। ଆଜି ଆପଣ ଭାଗ୍ୟରୁ ଭଲ ସହଯୋଗ ପାଇବେ।ଏହି ସମୟ ମଧ୍ୟରେ ଆପଣ କୌଣସି କାରଣରୁ କ୍ଷତି ପାଇପାରନ୍ତି। ଆଜିର ଦିନ ଆପଣଙ୍କ ପରିବାରରେ ଟେନସନ ଦେଖିବାକୁ ମିଳିବ।

ମିଥୁନ:ଆଜି ଆପଣ ଅଧିକ ଚାପରେ ରହିବେ। କ୍ରୋଧରୁ ନିଜକୁ ରକ୍ଷା କରନ୍ତୁ। ଆଜି ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ଆସିପାରେ। ଆଜି ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ। ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।କୁସଂଗତ ଠାରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ।

କର୍କଟ:ଆଜି ଆପଣଙ୍କ ସମ୍ପର୍କୀୟଙ୍କ ସହିତ ସାକ୍ଷତ ହେବ। ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଜଡିତ ହୋଇପାରନ୍ତି। ଜିଦ ଆପଣଙ୍କ ସ୍ୱାଭାବରେ ପ୍ରତିଫଳିତ ହେବ।କୌଣସି ପରିଚିତ ବ୍ୟକ୍ତିଙ୍କ ସହିତ ଦୀର୍ଘ ଦିନ ପରେ ସାକ୍ଷତ ହେବାର ସମ୍ଭାବନା ଅଛି।

ସିଂହ:ଆଜି ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ।ଆପଣ ସାଙ୍ଗମାନଙ୍କଠାରୁ ସାହାଯ୍ୟ ପାଇପାରନ୍ତି। ନୂତନ ପ୍ରୋଜେକ୍ଟରେ କାମ ଆରମ୍ଭ କରିବେ। ଅପରିଚିତ ବ୍ୟକ୍ତିଙ୍କ ପ୍ରତି ସାବଧାନ ରୁହନ୍ତୁ। ଆପଣ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। ଭଲ ସହଯୋଗ ପ୍ରାପ୍ତ ହେବ।

କନ୍ୟା:ଆଜି ଆପଣଙ୍କୁ ଅପରିଚିତ ଲୋକଙ୍କ ଠାରୁ ସତର୍କ ରହିବାକୁ ପଡିବ। କର୍ମକ୍ଷେତ୍ରରେ ଆପଣ ଭଲ ଖବର ପାଇପାରନ୍ତି। ଆପଣଙ୍କୁ କାହା ସହିତ ବିବାଦର ସାମ୍ନା କରିବାକୁ ପଡିପାରେ। ଆଜି ଆପଣଙ୍କ ଭିତରେ ଉତ୍ସାହ ଏବଂ ଖୁସି ଦେଖିବାକୁ ମିଳିବ।

ତୁଳା:ଆଜିର ଦିନ କଷ୍ଟଦାୟକ ହୋଇପାରେ। ଆଜି ସାବଧାନ ରୁହନ୍ତୁ।କୌଣସି ପ୍ରକାରର ଅପ୍ରିୟ ଘଟଣା ହୋଇପାରେ। ଯାହା ଆର୍ଥିକ କ୍ଷତି ଘଟାଇପାରେ। ଏହି ସମୟ ମଧ୍ୟରେ ଆପଣଙ୍କ ବିରୁଦ୍ଧରେ କୌଣସି ପ୍ରକାର ଅଭିଯୋଗ ହୋଇପାରେ।

ବିଛା:ଆଜି ଆପଣଙ୍କୁ ଭଲ ଖବର ମିଳିବ।ନୂତନ କାର୍ଯ୍ୟ ଲାଭଦାୟକ ହେବ।ବ୍ୟବସାୟ ସଂପର୍କରେ ଏକ ଯାତ୍ରାକୁ ଯିବେ। ଆଜି ଆପଣଙ୍କ ପରିବାର ସହିତ ସମୟ ଅତିବାହିତ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳାଫଳ ଦେବ।

ଧନୁ:ବିରୋଧୀମାନେ ସକ୍ରିୟ ରହିବେ।ଦିନଚର୍ଯ୍ୟ ପ୍ରଭାବିତ ହୋଇପାରେ। ଆପଣ ସାମାଜିକ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ। ବ୍ୟବସାୟରେ ଅଗ୍ରଗତି ହେବ। ମନରେ ନକାରାତ୍ମକ ଭାବନା ହେତୁ ଆପଣଙ୍କର ଧ୍ୟାନ ଭୁଲ ଦିଗକୁ ଯାଇପାରେ।

ମକର:ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ସମାପ୍ତ ହେବ। ଆଜିର ଦିନ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ।ଋଣ ରାଶି ଫେରସ୍ତ ମିଳିବ। ଅଫିସରେ ବଡ ଦାୟିତ୍ୱ ମିଳିପାରେ। ମଦ୍ୟପାନ ଛାଡିଦିଅନ୍ତୁ। ଟେନସନ ଦୂର ହେବ।

କୁମ୍ଭ:ଆପଣଙ୍କର ଭାଗ୍ୟ ପ୍ରବଳ ରହିବ। ଜୀବନସାଥୀଙ୍କ ସହିତ ବୁଲିବାକୁ ଯିବେ। ଆପଣ ଜମି କିମ୍ବା ଘର କିଣି ପାରନ୍ତି। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିପାରନ୍ତି। ଦିନଟି ଭଲ ରହିବ। ଆପଣ ସହଜରେ କାର୍ଯ୍ୟରେ ସଫଳତା ପାଇବେ।

ମୀନ:ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରହିବ ପରିବାର କେହି ସଦସ୍ୟ ସଫଳତା ପାଇବେ।ହଠାତ କୌଣସି ବିବାଦ ହୋଇପାରେ। ଅପମାନଜନକ ଶବ୍ଦ ବ୍ୟବହାର କରନ୍ତୁ ନାହିଁ।ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସାବଧାନ ରହିବା ଆବଶ୍ୟକ।