ଆଜି ଆପଙ୍କର କିପରି କଟିବ ଦିନ: ୧/୩/୨୦୨୧

ମେଷ: ବ୍ୟବସାୟ କ୍ଷେତ୍ରରେ ଲାଭ ପାଇ ଭଲ କାମ କରି ସୁଖରେ ଦିନଟି ବିତାଇବେ । କର୍ମକ୍ଷେତ୍ରରେ ସଫଳତା ମିଳିବ ଓ ବାହନ ଆଦି କ୍ରୟ କରିପାରିବେ । ନୂଆ କାମ ନୂଆ ପ୍ରେରଣା ଦେବ । ସ୍ୱାସ୍ଥ୍ୟ ଭଲ ରହିବା ସହ ସମସ୍ତ କ୍ଷେତ୍ରରେ ଜୟ ଜୟକାର ହେବ ।

ବୃଷ: ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଆତ୍ମସନ୍ତୋଷ ମିଳିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ ।

ମିଥୁନ: ବ୍ୟବସାୟରେ ସଫଳତା ପୂର୍ବକ ଆକସ୍ମିକ ଲାଭ ମିଳିପାରେ । ପ୍ରତିଯୋଗିତା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଶତୃ ଓ ବିରୋଧୀମାନେ ପରାସ୍ତ ହେବେ ।

କର୍କଟ: କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ମାନସିକ ଦୁଶ୍ଚିନ୍ତା, ଶତୃବାଧା ଦୂରେଇ ଯିବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ ।

ସିଂହ: ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ଅଟକିଥିବା ସମସ୍ତ ପରିସ୍ଥିତି ସୁଧୁରି ଯାଇ ନୂତନ କାମରେ ମଧ୍ୟ ଉନ୍ନତି ହେବ । ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ଜୟହେବ ।

କନ୍ୟା: ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ପାଇଁ କରିଥିବା ଯୋଜନା ସଫଳ ହୋଇପାରିବ । ଏମିତି କାର୍ଯ୍ୟ କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ ।  ଦୂରଯାତ୍ରାର ସୁଯୋଗ ପାଇବା ହେତୁ ମନଖୁସୀ ରହିବ ।

ତୁଳା: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ।

ବିଛା: ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରି କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ରାସ୍ତା ପରିଷ୍କାର ହେବ । ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ଅତ୍ୟଧିକ ଲାଭ ହେବ ।

ଧନୁ: ସାମାଜିକ ସ୍ତରରେ ଖ୍ୟାତି ହେବ । ଆୟରସ୍ରୋତ ଖୋଲିଯିବା ଫଳରେ ବିନା ପରିଶ୍ରମରେ ଧନପ୍ରାପ୍ତି ହେବା ସହ ମାନସିକ ଦୁଶ୍ଚିନ୍ତା ଦୂରହେବ । ବ୍ୟବସାୟରେ ଆୟ ଅପରିବର୍ତ୍ତିତ ରହି ଶାନ୍ତି ଶୃଙ୍ଖଳା ଦେଖା ଦେବ ଓ ଆଶାତୀତ ଲାଭ ମିଳିବ ।

ମକର: ପରିବାରର ସମସ୍ୟା ସମାଧାନ ହୋଇ କର୍ମ ମୁଖରତା ଯୋଗେ ଅଭାବ ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷ ପ୍ରଦ ହେବ । ବିଦ୍ୟାର୍ଥି ମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀ ହେବେ ।

କୁମ୍ଭ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ପାରିବାରିକ ଜୀବନ ଆନନ୍ଦମୟ ହେବ । ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ । ଅତିଥି ସତ୍କାର ଯୋଗେ ଖର୍ଚ୍ଚ ବୃଦ୍ଧି ପାଇବ ।

ମୀନ:  ଆପଣଙ୍କ ସଫଳତା ଓ ବିଜୟର ଢୋଲ ଚତୁଃପାର୍ଶ୍ୱରେ ବାଜିବା ସହ ସବୁ କ୍ଷେତ୍ରରେ ବାଃ ବାଃ ଶୁଣିବେ । ଶ୍ୱଶୁରଘର ପକ୍ଷରୁ ଆୟର ଗୁପ୍ତସ୍ରୋତ ଖୋଲିଯିବ । ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେବା ଫଳରେ ଉଚ୍ଚଆଶା ସଫଳ ହେବ ।