ଧ୍ବଂସ ହେବ କି ପୃଥିବୀ! ଆସନ୍ତାକାଲି ପୃଥିବୀ ପ୍ରତି ବିପଦ

ନୂଆଦିଲ୍ଲୀ,୧୦/୬: ପ୍ରଥିବୀ ଆଡକୁ ମାଡି ଆସୁଛି ବିପଦ।ମହାକାଶରୁ ପୃଥିବୀ ଆଡକୁ ଏକ ଭୟାନକ ଉଲକାପିଣ୍ଡ ମାଡିଆସୁଛି । ଏହି ଉଲକାପିଣ୍ଡ ଆସନ୍ତାକାଲି କୌଣସି ସମୟରେ ଭାରତ ନିକଟ ଦେଇ ଗତି କରିବ । ଏହି ଉଲକାପିଣ୍ଡର ଆକାର ବ୍ରୁଜ ଖଲିଫାର ଆକାର ସହ ସମାନ ।

ଏହି ଉଲକାପିଣ୍ଡ ପୃଥିବୀରୁ ପାଖାପାଖି ୩୧ ଲକ୍ଷ କିଲୋମିଟର ଦୂର ଦେଇ ଗତି କରିବ । ଏହି ଦୂରତା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୮ ଗୁଣ ବୋଲି କୁହାଯାଉଛି । ଯଦି କୌଣସି ପରିସ୍ଥିତିରେ ଏହାର ଦିଗ ବଦଳିବ ତେବେ ଏହା ପୃଥିବୀକୁ ଧ୍ୱଂସ କରିଦେବ ।ଏହି ଉଲକାପିଣ୍ଡର ନାମ ୧୯୯୪ଏକ୍ସଡି । ଏହାର ଚଉଡା ୧୨ଶହରୁ ୨୭ଶହ ଫୁଟ ମଧ୍ୟରେ । ଏହି ଉଲକାପିଣ୍ଡ ଏକୁଟିଆ ନୁହେଁ ବରଂ ଏହାର ଚନ୍ଦ୍ରମା ସହ ଉଲକାପିଣ୍ଡଟି ପୃଥିବୀ ନିକଟ ଦେଇ ଗତି କରିବ । ଅର୍ଥାତ ଏହି ଉଲକାପିଣ୍ଡର ୪ ପଟେ ଏହାର ଚନ୍ଦ୍ର ଚକ୍କର କାଟୁଛି ।

‘ନାସା’ ତରଫରୁ କୁହାଯାଇଛି କି, ଏହା ପୃଥିବୀ ନିକଟ ଦେଇ ସୁରକ୍ଷିତ ଭାବେ ଗତି କରିବ । ମାତ୍ର ଏହାକୁ ଏକ ବିପଦପୂର୍ଣ୍ଣ ଉଲକାପିଣ୍ଡ ଶ୍ରେଣୀର ବୋଲି ନାସା ତରଫରୁ କୁହାଯାଇଛି । କାରଣ ଏହାର ଆକାର ଓ ପୃଥିବୀ ଠାରୁ ଏହାର ଦୂରତାକୁ ନେଇ ଏହା ବିପଦପୂର୍ଣ୍ଣ ବୋଲି କୁହାଯାଉଛି ।