ଶ୍ୱାସ ରୋଗ ଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ରାଜ୍ୟରେ କିଛି ଦିନ ହେବ ଶୀତ କମିଯାଇଥିଲେ ମଧ୍ୟ ଏବେ ଦୁଇ ଦିନ ହେବ ପୁଣି ଶୀତ ଜାରି ରହିଛି । ଏହି ଶୀତ ଦିନରେ ସମସ୍ତଙ୍କୁ ପ୍ରାୟତ ଥଣ୍ଡା ଓ ଶ୍ୱାସ ହେବାର ଦେଖା ଯାଇଥାଏ । କିନ୍ତୁ ଶ୍ୱାସ ରୋଗୀଙ୍କୁ ସେମାନଙ୍କ ଶରୀରର ବିଶେଷ ଭାବେ ଧ୍ୟାନ ନେବାକୁ ପଡ଼ିଥାଏ। କାରଣ ଏହି ରୋଗୀଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେଣୁ ନିୟମିତ ଭାବରେ ଔଷଧ ଖାଇବାକୁ ପଡ଼ିଥାଏ। କିନ୍ତୁ ସବୁଦିନ ଔଷଧ ଖାଇବା ପରିବର୍ତ୍ତେ କେତେକ ଘରୋଇ ଉପଚାର ମାଧ୍ୟମରେ ଆପଣ ଏହାକୁ ନିୟନ୍ତ୍ରଣ କରିପାରିବେ। ତେବେ ଆସନ୍ତୁ ଜାଣିବା ଶ୍ୱାସରୋଗର ଘରୋଇ ଉପଚାର ଗୁଡ଼ିକ ବିଷୟରେ…

୧. ପ୍ରଥମେ ଶ୍ୱାସରୋଗରେ ପୀଡ଼ିତ ଥିବା ବ୍ୟକ୍ତି ନିଜ ଖାଦ୍ୟପେୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । ଖାସ କରି ଖାଦ୍ୟପେୟରେ ପରିବର୍ତ୍ତନ କରନ୍ତୁ। ଖାଦ୍ୟରେ ଫଳ ଓ ସବୁଜ ପନିପରିବା ସାମିଲ କରନ୍ତୁ। ଏଥିରେ ଥିବା ବିଟା-କେରାଟିନ୍‌, ଭିଟାମିନ୍‌ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହୋଇଥାଏ ।

୨.ପ୍ରତିଦିନ ଖାଇବା ସମୟରେ ନିୟମିତ ଭାବରେ ଅଦା, ରସୁଣ ଖାଆନ୍ତୁ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶ୍ୱାସକୁ ନିୟନ୍ତ୍ରଣ କରିଥାଏ।

୩. ମହୁ ଶ୍ୱାସନଳୀରେ ହେଉଥିବା ଜଳାପୋଡ଼ା ଓ ଆସ୍ତମାର ଲକ୍ଷଣକୁ କମ୍‌ କରିଥାଏ। ଗରମ ପାଣିରେ ମହୁ ମିଶାଇ ଖାଇପାରିବେ। ମନେ ରଖନ୍ତୁ ମହୁ ଅଳ୍ପ ଅଳ୍ପ ଖାଇବା ଅଭ୍ୟାସ କରନ୍ତୁ।

୪. ଏହାସହ ସକାଳୁ ଉଠି ପ୍ରତିଦିନ ଯୋଗ କରନ୍ତୁ । ଏହା ମାଧ୍ୟମରେ ଆପଣ ଶ୍ୱାସର ଘରୋଇ ଉପଚାର କରିପାରିବେ। ଯୋଗ କରିବା ଦ୍ୱାରା ଶ୍ୱାସ ରୋଗରୁ ଉପଶମ ମିଳିଥାଏ ।